Latest Odisha News

BREAKING NEWS

ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପାଇଁ କିପରି ଯାଞ୍ଚ ହେବ ପିଲାଙ୍କ ବୟସ…

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିକଟରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ (DPDP) ନିୟମ ପାଇଁ ଡ୍ରାଫ୍ଟ ନିୟମ ପ୍ରକାଶ କରିଛି। ଉକ୍ତ ଡ୍ରାପ୍ଟକୁ ନେଇ ବର୍ତ୍ତମାନ ଲୋକଙ୍କ ମତାମତ ନିଆଯାଉଛି। ଏହି ଡ୍ରାଫ୍ଟ ନିୟମ ଅନୁଯାୟୀ ଏବେ ୧୮ ବର୍ଷରୁ କମ୍ ବୟସର ପିଲାମାନେ ପିତାମାତାଙ୍କ ସମ୍ମତି ବିନା ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ଅର୍ଥାତ୍ ସେମାନଙ୍କୁ ସୋସିଆଲ ମିଡିଆରେ ନିଜର ଆକାଉଣ୍ଟ ଖୋଲିବାକୁ ହେଲେ ପ୍ରଥମେ ଅଭିଭାବକଙ୍କ ଅନୁମତି ନେବାକୁ ପଡିବ । ଏହାରି ଭିତରେ ଏବେ ପିଲାଙ୍କ ବୟସ ଯାଞ୍ଚ କରିବା ପାଇଁ କେଉଁ ପଦ୍ଧତି ଗ୍ରହଣ କରାଯିବ ସେନେଇ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ବୈଷ୍ଣବ କହିଛନ୍ତି ଯେ, ଆଜିର ସମୟରେ ସରକାରଙ୍କ ପାଖରେ ପିଲାମାନଙ୍କର ବୟସ ଯାଞ୍ଚ କରିବାର ଅନେକ ବାଡ ଅଛି । ଆଜି ଦେଶରେ ଆଧାର, ପେମେଣ୍ଟ ସିଷ୍ଟମ ଏବଂ ଡିଜିଟାଇଜେସନ୍ ସହିତ ଏକ ଭଲ ଡିଜିଟାଲ୍ ଭିତ୍ତିଭୂମି ରହିଛି, ଯାହା ଅନେକ ଧନୀ ଦେଶ ଅପେକ୍ଷା ଭଲ ଅଟେ । ସେ କହିଛନ୍ତି ଯେ ଭର୍ଚୁଆଲ୍ ଟୋକେନ୍ ମାଧ୍ୟମରେ ପିଲାମାନଙ୍କର ବୟସ ଯାଞ୍ଚ କରାଯିବ। ଭର୍ଚୁଆଲ୍ ଟୋକେନ୍ ପଦ୍ଧତି ଅଧୀନରେ, ଅନଲାଇନ୍ ସାଇଟଗୁଡିକୁ ଉପଭୋକ୍ତାଙ୍କ ଆଇଡିର ଟୋକନ୍ ଗ୍ରହଣ କରିବାକୁ ପଡିବ ।

ଏହାଦ୍ଵାରା ଉକ୍ତ ସାଇଟଗୁଡିକ ଆଇଡିର ସମ୍ପୂର୍ଣ୍ଣ ରେକର୍ଡ ଦେଖିବାକୁ ଅସମର୍ଥ ହେବ ଏବଂ ଉପଭୋକ୍ତାମାନଙ୍କର ସୂଚନା ସୁରକ୍ଷିତ ରହିବ । ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ବ୍ୟବହାର ହେବା ପରେ କମ୍ପାନୀଗୁଡ଼ିକୁ ଏହି ଟୋକେନ୍ ଡିଲିଟ୍ କରିବାକୁ କୁହାଯିବ। କହିରଖୁଛୁ ଯେ, ପେମେଣ୍ଟ ଗେଟୱେ ମଧ୍ୟ କ୍ରେଡିଟ୍ କାର୍ଡ ସୂଚନା ପାଇଁ ଟୋକେନିଜିମ୍ ବ୍ୟବହାର କରନ୍ତି । ଯଦି ଏହି ଟୋକନ୍ ଜଣେ ହ୍ୟାକର କିମ୍ବା ସ୍କାମରଙ୍କ ହାତରେ ପଡ଼େ, ତଥାପି ପ୍ରକୃତ କ୍ରେଡିଟ କାର୍ଡ ସୂଚନା ସେମାନଙ୍କଠାରୁ ଲୁଚି ରହିଥାଏ ।

ନୂତନ ନିୟମରେ, ନିୟମ ଉଲ୍ଲଂଘନ ପାଇଁ କଠୋର ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। ଯଦି କୌଣସି ସୋସିଆଲ ମିଡିଆ କମ୍ପାନୀ ପିତାମାତାଙ୍କ ବିନା ଅନୁମତିରେ ୧୮ ବର୍ଷରୁ କମ୍ ପିଲାଙ୍କ ଆକାଉଣ୍ଟ ଖୋଲେ, ତେବେ ଅଭିଯୋଗ ହେଲେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ।

Comments are closed.