ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୯ ଦିନରେ ଆସିଲା ବଡ ଖବର । ମିଳିଥିବା ଖବର ଅନୁସାରେ, ଇସ୍ରାଏଲ ସେନା ହମାସର ମୁଖ୍ୟ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ଆଟାକ କରୁଛି । ଅଲ-ଅକ୍ସା ରେଡିଓ ପକ୍ଷରୁ କୁହାଯାଇଛି, ଏକ ଇସ୍ରାଏଲି ଡ୍ରୋନ ଇସ୍ମାଇଲ ହାନିଆଙ୍କ ଗାଜା ସ୍ଥିତ ଘର ଉପରେ ମିସାଇଲ ପକାଇଛି । ତେବେ ଏହି ସମୟରେ ଇସ୍ମାଇଲ ଘରେ ନ ଥିଲେ । ତେବେ ଏଠାରେ ତାଙ୍କ ପରିବାର ଲୋକ ରୁହନ୍ତି । ସେହି ସମୟରେ ଘରେ କେହି ଉପସ୍ଥିତ ଥିଲେ କି ନାହିଁ ତାହା ଜଣା ପଡି ନାହିଁ । ହମାସର ଏହି ରାଜନୈତିକ ମୁଖ୍ୟ ଇସ୍ମାଇଲ ୨୦୧୯ରୁ ଗାଜା ପଟି ବାହାରେ ତୁର୍କୀ ଏବଂ କତାରର ମଧ୍ୟବର୍ତ୍ତୀ ଅଞ୍ଚଳରେ ରହୁଥିଲେ।
ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଗାଜା ସହରକୁ ଚାରିପଟରୁ ଘେରି ରଖିଛି । ୨ ଦିନ ମଧ୍ୟରେ ୧୫୦ରୁ ଅଧିକ ହମାସ ଆତଙ୍କୀ ନିପାତ ହେଲେଣି । ଆମେରିକୀ ଡ୍ରୋନ ସୁଡଙ୍ଗ ନିକଟରେ ବନ୍ଧକଙ୍କୁ ଖୋଜୁଛି । ଇସ୍ରାଏଲୀ ସେନା ଯେବେଠାରୁ ଗାଜା ଉପରେ ସିଧାସଳଖ ଆକ୍ରମଣ କଲେଣି ସେବେଠାରୁ ତିନି ପଟୁ ଗାଜାକୁ ଘେରି ରଖିଛନ୍ତି ସେନା । ଇସ୍ରାଏଲ ଗାଜାକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛି ।
ଇସ୍ରାଏଲ ଦାବି କରିଛି, ଏକ ହଜାର ହମାସ ଆତଙ୍କୀକୁ ମାରି ସାରିଲାଣି । ତେବେ ମୃତ୍ୟୁ ସଂଖ୍ୟା ଲଗାତାର ବଢି ଚାଲିଛି । କେବଳ ହମାସରେ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଇସ୍ରାଏଲରେ ୧୪ ଶହଙ୍କର ମୃତ୍ୟୁ ଘଟିଛି ।
Comments are closed.