Latest Odisha News

ହିଜବୁଲ୍ଲାର ରକେଟ ୟୁନିଟର ମୂଖ୍ୟ କମାଣ୍ଡର ନିହତ

ତେଲ ଅଭୀବ: ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣରେ ହିଜବୁଲ୍ଲାର ରକେଟ ୟୁନିଟର ମୂଖ୍ୟ କମାଣ୍ଡର ଇବ୍ରାହିମ ମହମ୍ମଦ କାବିସୀଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ ଏହି ୟୁନିଟର ଅଧିକାଂଶ ସଦସ୍ୟ ଇସ୍ରାଏଲ ଆକ୍ରମଣରେ ନିହତ ହୋଇଛନ୍ତି । ଯାହାକି ଲେବାନନର ହିଜବୁଲ୍ଲାହ ଗୋଷ୍ଠୀକୁ ସଂକଟରେ ପକାଇଛି । ଆଇଡିଏଫର କ୍ରମାଗତ ମିସାଇଲ ଆକ୍ରମଣରେ ଲେବାନନରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଅନ୍ୟ ଦୁଇଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ପେଜର, ୱାକିଟକି ଏବଂ ଏବେ ମିସାଇଲ ଆକ୍ରମଣରେ ଲେବାନନର ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଇସ୍ରାଏଲ ପକ୍ଷରୁ ଲେବାନନର ସାଧାରଣ ନାଗରିକଙ୍କୁ ପୂନର୍ବାର ଚେତାବନୀ ଜାରୀ କରି କୁହାଯାଇଛି ଯେ, ହିଜବୁଲ୍ଲା ସଦସ୍ୟ ରହୁଥିବା ସ୍ଥାନରୁ ତୁରନ୍ତ ଦୂରେଇ ଯାଅ । ଆଇଡିଏଫ ଏବେ ଲେବାନନର ଅସ୍ତ୍ରଗାର ଉପରେ ଆକ୍ରମଣ ଆରମ୍ଭ କରିଛି । ହମାସର ଚିହ୍ନ ଏକପ୍ରକାର ଲିଭାଇବା ପରେ ଇସ୍ରାଏଲ ହିଜବୁଲ୍ଲାହ ଉପରେ ଟାର୍ଗେଟ ଜାରୀ ରଖିଛି । ଲେବାନନ ସୀମା ନିକଟରେ ରହୁଥିବା ନିଜ ଦେଶର ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.