Latest Odisha News

BREAKING NEWS

କୁକୁର କାମୁଡ଼ିବାର ୨୦ ମିନିଟ ଭିତରେ ତୁରନ୍ତ କରନ୍ତୁ ଏହି କାମ, ୯୯ ପ୍ରତିଶତ କମ ହୋଇଥା ଇନଫେକ୍ସନ ଭୟ

ନୂଆଦିଲ୍ଲୀ : କୁକୁରକୁ ମଣିଷର ସବୁଠୁ ଭଲ ବନ୍ଧୁ ବୋଲି କୁହାଯାଏ। କିନ୍ତୁ ସମୟ ସହ ଏହି ଚିତ୍ର ବଦଳିଛି। ସହରର ଗଳିକନ୍ଦିରେ ଏବେ ବନ୍ଧୁ ନୁହେଁ, ଆତଙ୍କ ଘୁରୁଛି। ବୁଲା କୁକୁର ଏବେ ଭୟର ଅନ୍ୟ ନାମ ହୋଇଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ସୁପ୍ରିମ୍ କୋର୍ଟଙ୍କୁ ସୁଓ ମୋଟୋ କଗ୍ନିଜାନ୍ସ ନେବାକୁ ପଡ଼ିଛି। କୋର୍ଟ ଏହାକୁ ‘ଅତ୍ୟନ୍ତ ଚିନ୍ତାଜନକ ଓ ଭୟଙ୍କର’ ବୋଲି କହିଛନ୍ତି । କୁକୁର କାମୁଡ଼ିବା ଯୋଗୁ ଜୀବନ ହାନିର ଘଟଣା ଏବେ ସାଧାରଣ ହୋଇଗଲାଣି। ଦେଶବ୍ୟାପୀ ୩୭ ଲକ୍ଷରୁ ଅଧିକ କୁକୁର କାମୁଡ଼ିବା ମାମଲା ପଞ୍ଜୀକୃତ ହୋଇଛି। ଏହା ସହ ସ୍ପଷ୍ଟ କରାଯାଇଛି ଯେ ଏହି ସମସ୍ୟା ବୁଲା କୁକୁରଙ୍କ ସମ୍ପର୍କରେ, ଘରେ ପୋଷା ଯାଉଥିବା ପାଳିତ କୁକୁର ନୁହେଁ। ତେବେ ପ୍ରଶ୍ନ ଉଠୁଛି, ମଣିଷର ଏହି ବନ୍ଧୁ କାହିଁକି ଏବେ ଭୟର କାରଣ ହେଉଛି? ସ୍ଟ୍ରିଟ୍ ଡଗ୍‌ଙ୍କ ଆତଙ୍କ ଏତେ କାହିଁକି ବଢ଼ିଗଲା?

ରେବିଜ୍‌ର ଭୟ
ଏହି ଆତଙ୍କର ମୁଖ୍ୟ କାରଣ ହେଉଛି ରେବିଜ୍। ରେବିଜ୍ ସଂକ୍ରମଣ ହେଲେ ଜୀବନ ରକ୍ଷା କରିବା ପ୍ରାୟ ଅସମ୍ଭବ। ଯେତେବେଳେ ଏହି ସଂକ୍ରମଣ ସ୍ନାୟୁ ପର୍ଯ୍ୟନ୍ତ ପହଞ୍ଚେ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଯାଏ। ବିଶେଷ କରି ପିଲାଙ୍କ ପାଇଁ ଏହା ଅଧିକ ବିପଦ ହୋଇଥାଏ। ପିଲାଙ୍କର ଉଚ୍ଚତା କମ୍ ହେବା କାରଣରୁ, କୁକୁର ଆକ୍ରମଣ କଲେ ଆଘାତ ସାଧାରଣତଃ ମୁହଁ ଓ ମୁଣ୍ଡ ନିକଟରେ ହୋଇଥାଏ। ଫଳରେ, ୪-୫ ଘଣ୍ଟା ମଧ୍ୟରେ ସଂକ୍ରମଣ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚିଯାଏ।

କୁକୁର କାମୁଡ଼ିଲେ କ’ଣ କରିବେ?
କୁକୁର କାମୁଡ଼ିଲେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ସଠିକ୍ ସମୟରେ ଚିକିତ୍ସା ଓ ସତର୍କତା ଅତ୍ୟନ୍ତ ଜରୁରୀ। ୯୯% ସଂକ୍ରମଣ କେବଳ ଘାଆକୁ ଭଲ ଭାବେ ସଫା କଲେ ଦୂର ହୋଇପାରେ। ଘାଆକୁ ୧୫-୨୦ ମିନିଟ୍ ପାଣିରେ (ପ୍ରବାହିତ ପାଣି) ଧୋଇବା ଜରୁରୀ। ଏହା କରିବା ସମୟରେ ସତର୍କ ରୁହନ୍ତୁ।

କୁକୁର କାମୁଡ଼ିଲେ କେତେ ଇଞ୍ଜେକ୍ସନ ଲାଗେ?
ଡାକ୍ତରଙ୍କ ଅନୁସାରେ, କୁକୁର କାମୁଡ଼ିବା ପରେ ପ୍ରଥମ ୮ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଦିନ କୁକୁର କାମୁଡ଼ିଛି, ସେହି ଦିନ ଆଣ୍ଟି-ରେବିଜ୍ ଭ୍ୟାକ୍ସିନ (ARV) ର ପ୍ରଥମ ଡୋଜ୍ ନେବା ଜରୁରୀ। ଏଥିରେ କୌଣସି ଅବହେଳା ଜୀବନ ପାଇଁ ବିପଦଜନକ ହୋଇପାରେ। ଏହାପରେ ଆଣ୍ଟିସେପ୍ଟିକ ଯେପରି ପୋଟାଶ୍ କିମ୍ବା ଡେଟୋଲ ଲଗାନ୍ତୁ। ଯଦି ଘାଆ ଗଭୀର ହୋଇଥାଏ, ତେବେ ଇମ୍ୟୁନୋଗ୍ଲୋବୁଲିନ ଇଞ୍ଜେକ୍ସନ ମଧ୍ୟ ଲଗାଇବାକୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କାହିଁକି ବଢ଼ୁଛି ସ୍ଟ୍ରିଟ୍ ଡଗ୍‌ଙ୍କ ଆତଙ୍କ?
ସହରାଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଓ ସେମାନଙ୍କ ପାଇଁ ଉପଯୁକ୍ତ ପରିଚାଳନାର ଅଭାବ ଏହି ସମସ୍ୟାକୁ ବଢ଼ାଇଛି। ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଏହା ଏକ ଜାତୀୟ ସମସ୍ୟା ବୋଲି ସ୍ପଷ୍ଟ କରୁଛି। ଏହାକୁ ନିୟନ୍ତ୍ରଣ ପାଇଁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଭ୍ୟାକ୍ସିନେସନ ଓ ପରିଚାଳନା ପାଇଁ ସରକାରୀ ଓ ସ୍ଥାନୀୟ ପ୍ରଶାସନର କଡ଼ା ପଦକ୍ଷେପ ଦରକାର। ଏହା ସହ ସାଧାରଣ ଜନତାଙ୍କୁ ସଚେତନତା ଓ ସଠିକ ଚିକିତ୍ସା ସମ୍ପର୍କରେ ଅବଗତ କରାଇବା ମଧ୍ୟ ଜରୁରୀ। ମଣିଷର ଏହି ପୁରୁଣା ବନ୍ଧୁକୁ ପୁଣି ଥରେ ବନ୍ଧୁ ଭାବେ ଫେରାଇ ଆଣିବା ପାଇଁ ସମନ୍ୱିତ ଉଦ୍ୟମ ଆବଶ୍ୟକ।

 

Comments are closed.