Latest Odisha News

BREAKING NEWS

ପାକିସ୍ତାନ ପୂନର୍ବାର ଭୁଲ କଲେ ୧୦ଗୁଣା ଅଧିକ ହେବ ଭାରତର ଆକ୍ରମଣ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ନିରୀହ ଭାରତୀୟଙ୍କ ଜୀବନ ଯାଇଥିଲା । ଏବେ ଏହାର କଡା ଜବାବ ଭାରତୀୟ ସେନା ଦେଇଛନ୍ତି । ଅପରେଶନ ସିନ୍ଦୂରରେ ପିଓକେ ମଧ୍ୟରେ ପ୍ରବେଶ କରି ଭାରତୀୟ ସେନା ଅନେକ ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଛି । ଏହି ରାତିଅଧିଆ ମିଶନରେ ପିଓକେରେ ଥିବା ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଆକ୍ରମଣ ପରେ ପାକିସ୍ତାନ ପୂନର୍ବାର ଧମକ ଦେଇଛି । ଯାହାକୁ ନେଇ ପୂର୍ବତନ ସୈନ୍ୟ ରଣନୀତି ବିଶେଷଜ୍ଞ ଲେଫଟନେଂଟ ଜେନେରାଲ କେଜେଏସ ଢ଼ିଲୋଁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପାକିସ୍ତାନ ଯଦି ପୂନର୍ବାର ତ୍ରୁଟି କରେ ତେବେ ଭାରତ ୧୦ ଗୁଣା ଅଧିକ ଅଧିକ ଆକ୍ରମଣ କରିବ ।

କେଜେଏସ ଢ଼ିଲୋଁ ୨୦୧୯ ପୁଲାୱାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ବିପକ୍ଷ ଅପରେଶନର ନେତୃତ୍ୱ ନେଇଥିଲେ । ଭାରତ ସରକାର ଓ ଭାରତୀୟ ସେନା ତାର ନାଗରିକଙ୍କ ରକ୍ଷା ପାଇଁ ସବୁ କିଛି କରିପାରିବ ବୋଲି ସେ କହିଛନ୍ତି । ପାକିସ୍ତାନ ପରି ଦାୟିତ୍ୱହୀନ ଦେଶ ନିକଟରେ ପରମାଣୁ ଅସ୍ତ୍ର ରହିବା ଉଚିତ ନୁହେଁ । ବାରମ୍ବାର ସେମାନେ ଏହାର ଧମକ ଦେଉଛନ୍ତି । ଏଥିରୁ ସେମାନଙ୍କ ମାନସିକତା ବାରି ହୋଇ ପଡିଛି । ଅପରେଶନ ସିନ୍ଦୂର ପରେ ପାକିସ୍ତାନ ପଦକ୍ଷେପ ଉପରେ ଭାରତୟ ସେନା କଡା ନଜର ରଖିଛି ।

Comments are closed.