Latest Odisha News

BREAKING NEWS

ଯଦି ସାମାଜିକ ଦୂରତା ବଜାୟ ନ ରଖାଯାଏ, ତେବେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି

ନୂଆଦିଲ୍ଲୀ: ଜଣେ କରୋନା ରୋଗୀ ୩୦ ଦିନ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି, ଯଦି କୌଣସି ସାମାଜିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି ସରକାର ସୋମବାର କହିଛନ୍ତି। ସରକାର ଏହା ମଧ୍ୟ ଦୋହରାଇଛନ୍ତି ଯେ ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର କୋଭିଡ-୧୯ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟାବଶ୍ୟକ ପଦକ୍ଷେପ ଅଟେ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଅନେକ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ କରିଛନ୍ତି ଯେ ଯଦି ଜଣେ କୋଭିଡ୍‌ ପଜିଟିଭ ବ୍ୟକ୍ତି ସାମାଜିକ ଦୂରତା ପଦକ୍ଷେପ ଅନୁସରଣ ନକରନ୍ତି, ତେବେ ୩୦ ଦିନ ମଧ୍ୟରେ ଉକ୍ତ ବ୍ୟକ୍ତି ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ”।

ଯଦି ଜଣେ କୋଭିଡ-୧୯ ରୋଗୀ ତାଙ୍କ ସାମାଜିକ ମିଳାମିଶାକୁ  ୫୦ ପ୍ରତିଶତ ହ୍ରାସ କରନ୍ତି, ତେବେ ବ୍ୟକ୍ତି ୩୦ ଦିନରେ ୧୫ ଜଣଙ୍କୁ ସଂକ୍ରମିତ କରିପାରନ୍ତି ବୋଲି ସେ କହିଛନ୍ତି।

ଯଦି ସଂକ୍ରମିତ ବ୍ୟକ୍ତି ସାମାଜିକ ମିଳାମିଶାକୁ ୫୦ ପ୍ରତିଶତ ହ୍ରାସ କରନ୍ତି, ତେବେ ଏହା ଜଣାପଡିଛି ଯେ ୪୦୬ ବଦଳରେ ୧୫ ଜଣ ଲୋକ ସଂକ୍ରମିତ ହୋଇପାରନ୍ତି। ଯଦି ସଂକ୍ରମିତ ବ୍ୟକ୍ତି ମିଳାମିଶାକୁ ୭୫ ପ୍ରତିଶତ ହ୍ରାସ କରନ୍ତି, ତେବେ ସେହି ସମାନ ବ୍ୟକ୍ତି ୨.୫ ଜଣକୁ ସଂକ୍ରମିତ କରିପାରନ୍ତି ବୋଲି ”ଅଗ୍ରୱାଲ କହିଛନ୍ତି।

Comments are closed.