Latest Odisha News

BREAKING NEWS

ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ ଲାଇନ: ମନ୍ତ୍ରୀ

ଭୁବନେଶ୍ଵର: ଏଣିକି ଆଉ ଚିନ୍ତା ନାହିଁ । ଉପଭୋକ୍ତା ବିଲ୍ ନ ଦେଇ ପାରିଲେ ବି କଟିବନି ବିଦ୍ୟୁତ ଲାଇନ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ହୋଇଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବୈଠକରେ ବିଲ୍ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ନ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅଘୋଷିତ ବିଦ୍ୟୁତ କାଟ୍ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଚଳ ନଳକୂପ ୪୮ ଘଣ୍ଟା ମଧ୍ୟରେ ମରାମତି ହେବ ଏବଂ ଗୃହପାଳିତ ଓ ବୁଲା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସୂଚନା ଅନୁସାରେ, ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ସାମ୍ନା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ସହ ବଡ ବଡ଼ ଫ୍ଲେକ୍ସ ଲଗାଯିବ। ଖରାରୁ ବର୍ତ୍ତିବା ପାଇଁ କ’ଣ କରିବେ ଓ କ’ଣ ନକରିବେ, ସେ ସମ୍ପର୍କରେ ସମସ୍ତ ବିଭାଗର କର୍ମଚାରୀଙ୍କ ଦ୍ଵାରା ଲୋକଙ୍କୁ ସଚେତନ କରାଯିବ। ୪୮ଘଣ୍ଟା ଭିତରେ ନଳକୂପ ମରାମତି ହେବ। ଗୃହପାଳିତ ତଥା ବୁଲା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟ ସ୍ଥଳୀ କରାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।

Comments are closed.