Latest Odisha News

BREAKING NEWS

ଟପ୍ ସିଡ ହାଲେପ ବିଦା: କ୍ୱାର୍ଟରରେ ସ୍ୱିଟେକ, ଏଲିନା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ବିଭାଗରେ ବଡ ବିପର୍ଯ୍ୟୟ ଘଟିଛି । ଟପସିଡ ରୋମାନିଆର ସିମୋନ ହାଲେପ ୪ର୍ଥ ରାଉଣ୍ଡରେ ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକଙ୍କ ନିକଟରୁ ୬-୧, ୬-୨ ସେଟରେ ପରାଜିତ ହୋଇଛନ୍ତି । ୧୭ ମ୍ୟାଚ ପରେ ହାଲେପ ପରାଜୟର ସ୍ୱାଦ ଚାଖିଛନ୍ତି । ସେହିପରି ଏଲିନା ଭିଟୋଲିନା ୬-୧, ୬-୩ ସେଟରେ ଆର୍ଜେଟିଂନାର ନାଡିଆ ପୋଡୋରୋସ୍କୋଙ୍କୁ ପରବର୍ତି ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଇଟାଲୀର ମାର୍ଟିନା ଟ୍ରେଭିସାନ ଓ ଚେକ୍ ରିପବ୍ଲିକା ବାରବୋରା କ୍ରେଜସିଭୋକା ମଧ୍ୟ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ସ୍ପେନର ରାଫେଲ ନାଡାଲ ଏବଂ ଡୋମିନିକ ଥିଏମ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.