Latest Odisha News

BREAKING NEWS

ବାହାରିବ କି ସମାଧାନର ବାଟ: କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀ ସଂଗଠନ ସହ ଆଜି ପୁଣି ଥରେ କେନ୍ଦ୍ର ସରକାର ଆଲୋଚନା କରିବେ । ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ସରକାର ଆଇନକୁ ପ୍ରତ୍ୟାହାର କରିବା ସପକ୍ଷରେ ନାହାନ୍ତି । ଆନ୍ଦୋଳନକାରୀ ଚାଷୀ ବି ଜିଦରେ ଅଚଳ । ଆଜି ଠୋସ ନିଷ୍କର୍ଷ ବାହାରିବ କି ନାହିଁ ତାଉପରେ ସାରା ଦେଶବାସୀଙ୍କ ନଜର ରହିଛି ।

ପୂର୍ବ ବୈଠକରେ ଦୁଇଟି ପ୍ରସଙ୍ଗରେ ସହମତି ହୋଇଥିଲା । ବିଦ୍ୟୁତ୍‌ ଦେୟକୁ ନେଇ ସହମତି ପ୍ରକାଶ କରିବା ସହ ଏମ୍‌ଏସ୍‌ପିକୁ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ରାଜି ହୋଇଥିଲେ କେନ୍ଦ୍ର ସରକାର । ଆଜି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଉପରେ ଆଲୋଚନା ହୋଇପାରେ ।
ନିଜ ହକ୍ ପାଇଁ ଥଣ୍ଡା, ବର୍ଷାରେ ଦୀର୍ଘ ୩୯ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ । ୩୦ରୁ ଅଧିକ ଚାଷୀ ପ୍ରାଣ ହରାଇଲେଣି । ଆଜିର ବୈଠକ ପୂର୍ବରୁ ଗତକାଲି ଚାଷୀ ସଂଗଠନ ନିଜ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ସେପଟେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ବି ରହିଛି ।

Leave A Reply

Your email address will not be published.