ନୂଆଦିଲ୍ଲୀ: ଆଇଆଇଏଫ୍ଏଲ୍ ୱେଲଥ୍ ଏବଂ ହୁରୁନ୍ ଇଣ୍ଡିଆ ପକ୍ଷରୁ ୪୦ ବର୍ଷରୁ କମ୍ ବୟସର ସଫଳ ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଛି। ସେମାନଙ୍କ ଆୟ ପ୍ରାୟ ୧ ହଜାର କୋଟିରୁ ଅଧିକ। ନିଜ ଗୋଡରେ ନିଜେ ଛିଡା ହୋଇ ସେମାନେ ଏହି ଧନ ଅର୍ଜନ କରିପାରିଛନ୍ତି।
ତେବେ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ଆର୍ଥିକ ସେବା କମ୍ପାନି ଜେରୋଡାର ସହ-ପ୍ରତିଷ୍ଠାତା ନିତିନ କାମତ ଏବଂ ନିଖିଲ କାମତଙ୍କ ଯୋଡ଼ି। ସେମାନଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ପ୍ରାୟ ୨୪ ହଜାର କୋଟି ଟଙ୍କା।
ସେହିପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ୩୮ ବର୍ଷୀୟ ଦିବ୍ୟାଙ୍କ ତୁରଖିଆ। ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୪୦୦୦ କୋଟି ଟଙ୍କା। ତୃତୀୟରେ ଅଛନ୍ତି ଆମୋଦ ମାଲବୀୟ, ସୁଜିତ କୁମାର ଏବଂ ବୈଭବ ଗୁପ୍ତା। ସେମାନଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୧୩୦୦୦ କୋଟି ଟଙ୍କା।
ଚତୁର୍ଥରେ ରହିଛନ୍ତି ରିଜୁ ରବିନ୍ଦ୍ରନ୍। ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୭୮୦୦ କୋଟି ଟଙ୍କା। ସେହିପରି ବିନି ବନ୍ସଲ ଏବଂ ସଚିନ୍ ବନ୍ସଲ ୭୫୦୦ କୋଟି ଟଙ୍କା ଆୟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି।
ତେବେ ଏମାନଙ୍କ ମଧ୍ୟରେ ସବୁଠାରୁ କମ୍ ବୟସ୍କ କୋଟିପତି ଅର୍ଥାତ୍ ୨୬ ବର୍ଷୀୟ ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ୍ ମଧ୍ୟ ଅଛନ୍ତି। ରିତେଶ ହେଉଛନ୍ତି ଓୟୋ ରୁମ୍ର ପ୍ରତିଷ୍ଠାତା। ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୪୫୦୦ କୋଟି ଟଙ୍କା।
Comments are closed.