ଇନ୍ଦୋର: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ଗୋଟିଏ ଆଇପିଏଲ ସିଜନରେ ୭୨ ଛକା ମାରି ସେ କ୍ରିସ ଗେଲଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଏବେ ଆଇଆଇଏମ ଇନ୍ଦୋର ତାଙ୍କ କେସ ଷ୍ଟଡିରେ ସାମିଲ କରିବାକୁ ଯାଉଛି । ଏଥିରେ କ୍ରୀଡା ମନୋବିଜ୍ଞାନୀ ଅନ୍ୟ ଏକ୍ସପର୍ଟଙ୍କ ସହ ମିଶି କମ ବୟସରେ ଏହି ସଫଳତାର କାରଣ ଖୋଜିବେ । ଆଇଆଇଏମ ଡାଇରେକ୍ଟର ହିଂମାଶୁ ରାୟ ତାଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
ତେବେ କମ ବୟସରେ ସେ କିଭଳି ଏପରି ସୁନ୍ଦର ପ୍ରଦର୍ଶନ କରୁଛନ୍ତିି ତାହା ଉପରେ ଆମ ଗବେଷଣା କରିବୁ । ବ୍ୟକ୍ତିଗତ କ୍ଷମତା, କଠିନ ପରିଶ୍ରମ, ପରିବାରର ତ୍ୟାଗ, ସମର୍ପଣ ଓ ମେଂଟରଙ୍କ ଯୋଗଦାନ ଉପରେ ମଧ୍ୟ ଷ୍ଟଡି କରାଯିବ ବୋଲି ସେ କହିଛନ୍ତି । ବୈଭବ ଆଇପିଏଲ ୨୦୨୬ରେ ସର୍ବାଧିକ ୭୭୬ ରନ ସଂଗ୍ରହ କରିଥିଲେ । ଅରେଞ୍ଜ କ୍ୟାପ ସହ ସେ ୫ ପୁରସ୍କାର ମଧ୍ୟ ଜିିତିଛନ୍ତି ।