ନୂଆଦିଲ୍ଲୀ: ମୋବାଇଲ ଫୋନ ଆମର ଗୋପନୀୟତା ଚୋରୀ କରୁଛି । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏ ନେଇ ଏକ ଷ୍ଟଡି କରାଯାଇଥିଲା । ଯାହାକି ଫୋନ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଛି । ଲୋକେଶନ ପରିମିଶନ ମାଗୁଥିବା ଆଣ୍ଡ୍ରଏଡ ଆପ୍ସ ୟୁଜର୍ସଙ୍କ ଅନୁମତି ବିନା ଗୋପନୀୟ ତଥ୍ୟ ପଦାରେ ପକାଉଛି । ସାଇବର ସିଷ୍ଟମ ଏବଂ ଇନଫରମେଶନ କେନ୍ଦ୍ରର ଏମଟେକ ଛାତ୍ର ସୋହମ ନାଗ ଓ କମ୍ପ୍ୟୁଟର ବିଜ୍ଞାନର ପ୍ରଫେଶର ସ୍ମୃତି ଓ ଆର.ଷଡଙ୍ଗୀ ଏହା ଉପରେ ଗବେଷଣା କରିଥିଲେ ।
ଫୋନରେ ଲୁଚିକରି ଥିବା ଜିପିଏସ ସିଗ୍ନଲ କେବଳ ଲୋକେଶନ ନୁହେଁ ଅନେକ କିଛି ତଥ୍ୟ ପଦାରେ ପକାଉଛି । କେଉଁଠାରେ ଅଛନ୍ତି, ଆପଣଙ୍କ ପାଖାପାଖିର ପରିବେଶ କିପରି ଏବଂ କେଉଁ ସ୍ଥିତିରେ ରହିଛନ୍ତି ତାହା ମଧ୍ୟ ଜଣାପଡୁଛି । ମାଇକ୍ରୋଫାନ ଓ କ୍ୟାମେର।। ବ୍ୟବହାର ନ କରି କେତେକ ଆପ ଆପଣଙ୍କ ବିଷୟରେ ଜାଣିପାରୁଛି । ୪୦୦୦୦ ବର୍ଗକିଲୋମିଟର ପରିଧି ମଧ୍ୟରେ ଥିବା ବିଭିନ୍ନ ଫୋନକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ଆଣ୍ଡ୍ରୋକନ ସିଷ୍ଟମ ୟୁଜର୍ସଙ୍କ ପାରିପାଶ୍ୱୀର୍କ ସ୍ଥିତି ୯୯ ପ୍ରତିଶତ ଓ ଗତିବିଧିର ୮୭ ପ୍ରତିଶତ ସଠିକ ଡାଟା ଶେୟାର କରୁଛି । ଫୋନ କମ୍ପାନୀଙ୍କ ସହ ସରକାର ଆଲୋଚନା କରିବା ସମୟ ଉପନୀତ ହୋଇଛି । ଏହା ବ୍ୟତୀତ ୟୁଜର୍ସଙ୍କ ଗୋପନୀୟତା କିପରି ପଦାରେ ନ ପଡିବ ସେଥିପାଇଁ ସଚେତନତା କରିବା ଆବଶ୍ୟକ ।
Comments are closed.