Latest Odisha News

BREAKING NEWS

‘ସ୍ବାସ୍ଥ୍ୟର ଯତ୍ନ ନେବ’ କହି ଟଳିପଡ଼ିଲେ ପ୍ରଫେସର, ଆଇଆଇଟି କାନୁପୁରରେ ଶୋକାକୂଳ ପରିବେଶ

କାନପୁର: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)-କାନପୁର କ୍ୟାମ୍ପସରେ ଶୁକ୍ରବାର ସନ୍ଧ୍ୟାରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସମୀର ଖାଣ୍ଡେକରଙ୍କର ହୃଦଘାତରେ ପରଲୋକ ଘଟିଛି। ଏକ ଆଲୁମିନି ମିଟ୍ ରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଭାଭାଷଣ ଦେଉଥିବା ବେଳେ ଏହି ଘଟଣା ଘଟିଛି।

ପ୍ରଫେସର ଖାଣ୍ଡେକର ଭାଷଣ ଦେବା ବେଳେ ମଞ୍ଚରେ ପଡ଼ିବା ପୂର୍ବରୁ ସେ ତାଙ୍କର ଶେଷ ଶବ୍ଦ ଉଚ୍ଚାରଣ କରିଥିଲେ, ‘ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅ…। ସଙ୍ଗେ ସଙ୍ଗେ ତାଙ୍କୁ ଲକ୍ଷ୍ମୀପତ ସିଂହାନିଆ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜିକୁ ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଆଇଆଇଟି-କାନପୁର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଫେସର ଖଣ୍ଡେକର ୨୦୧୯ ମସିହାରୁ ହୃଦ୍ ରୋଗ ସହ ସଂଘର୍ଷ କରୁଥିଲେ। ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ନୀରଜ କୁମାର କହିଛନ୍ତି ଯେ ମୃତ୍ୟୁର କାରଣ ହୃଦଘାତ ବା ହାର୍ଟ ଆଟାକ।

ଆଇଆଇଟି-କାନପୁର ନିର୍ଦ୍ଦେଶକ ପ୍ରଫେସର ଏସ୍ ଗଣେଶ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ପରଲୋକଗତ ପ୍ରଫେସରଙ୍କ ବାପା-ମା ପତ୍ନୀ ପ୍ରଜ୍ଞା ଓ ଏକ ପୁଅ ଅଛନ୍ତି, ଯିଏ ବର୍ତ୍ତମାନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି। ଅନ୍ତିମ ସଂସ୍କାର ପାଇଁ ତାଙ୍କ ପୁଅ ବ୍ରିଟେନରୁ ଆସିବା ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ଅନୁଷ୍ଠାନର ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି।

ପ୍ରଫେସର ଖାଣ୍ଡେକରଙ୍କ ଅକାଳ ବିୟୋଗରେ ଆଇଆଇଟି କାନପୁରର ଛାତ୍ରଛାତ୍ରୀ ଗଭୀର ଶୋକାକୁଳ ହୋଇପଡ଼ିଛନ୍ତି। ପାଠପଢ଼ା ପ୍ରତି ତାଙ୍କର ସମର୍ପଣ, ଛାତ୍ର କଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ତାଙ୍କର ମଧୁର ସ୍ୱଭାବ ପାଇଁ ସେ ଜଣାଶୁଣା ଥିଲେ।

Comments are closed.