Latest Odisha News

BREAKING NEWS

ଜଗଦୀଶ କାନୁନଗୋ ଓ ଜୟନ୍ତ ବେହେରା ପାଇବେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ଭୁବନେଶ୍ବର : ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୨୧ ମସିହା ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଘୋଷିତ ହୋଇଛି । ଚଳିତବର୍ଷ ପାଇଁ ବିଶିଷ୍ଟ ଚିତ୍ରକର ଜଗଦୀଶ କାନୁନଗୋ ଓ ପ୍ରସିଦ୍ଧ ଘୁମୁରା ଶିଳ୍ପୀ ଜୟନ୍ତ ବେହେରା ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ ।

ପୂର୍ବରୁ ଚଳିତ ବର୍ଷ ପାଇଁ ଘୋଷଣା ହୋଇଛି ଶାରଳା ପୁରସ୍କାର । ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ କଥାକାର ପାରମିତା ଶତପଥୀ ପାଇବେ ଶାରଳା ପୁରସ୍କାର । ଅକ୍ଟୋବର ମାସରେ ହେବାକୁ ଥିବା ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ।

ପ୍ରକାଶ ଥାଉକି, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ବର୍ଗତ ଡଃ ବଂଶୀଧର ପଣ୍ଡା ଓ ତାଙ୍କ ପତ୍ନୀ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଇସ୍‌ ଆଣ୍ଡ ଚାରିଟେବୁଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି । ଇମ୍ପାକ୍ଟର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା ‘ଏକଲବ୍ୟ ପୁରସ୍କାର’ । ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଦାନ କରାଯାଇଥାଏ ।

Comments are closed.