ମାଂଚେଷ୍ଟର: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡ ଗସ୍ତରେ ସେ ଅନେକଗୁଡିଏ ରେକର୍ଡ ସ୍ଥାପନ କରିଛନ୍ତି । ବିଦେଶ ମାଟିରେ ଗୋଟିଏ ସିରିଜରେ ସେ ୭୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସୁନୀଲ ଗାଭାସ୍କରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ୧୯୭୧ ୱେଷ୍ଟଇଣ୍ଡିଜ ଓ ୧୯୭୯ ଇଂଲଣ୍ଡ ଗସ୍ତରେ ଗାଭାସ୍କର ଏହି କୀର୍ତିମାନ ସ୍ଥାପନ କରିଥିଲେ । ସେହିପରି ୯୩ ବର୍ଷ ପରେ ଇଂଲଣ୍ଡରେ ଗୋଟିଏ ସିରିଜରେ ସେ ୭୦୦ରୁ ଊର୍ଦ୍ଧ୍ୱ ରନ କରି ରେକର୍ଡ କରିଛନ୍ତି । ପାକିସ୍ତାନର ମହମ୍ମଦ ୟୁସୁଫ ୨୦୦୬ରେ ୬୩୧ ରନ ସଂଗ୍ରହ କରିଥିଲେ ।
ଏହି ମ୍ୟାଚରେ କେଏଲ ରାହୁଲ ଓ ଗିଲ ଇଂଲଣ୍ଡରେ ସର୍ବାଧିକ ବଲ ଖେଳିବାରେ କୀର୍ତିମାନ ସ୍ଥାପନ କରିଛନ୍ତି । ସେମାନେ ୪୨୧ ବଲରେ ୧୮୮ ରନ କରିଥିଲେ । ପୂର୍ବରୁ ସଞ୍ଜୟ ବାଙ୍ଗର ଓ ରାହୁଲ ଡ୍ରାଭିଡ ୪୦୫ ବଲ ଖେଳିଥିଲେ । ଚଳିତ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ୪ର୍ଥ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ରହିଥିବାରୁ ଘରୋଇ ଦଳ ଏହାକୁ ଜିତି ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ।
Comments are closed.