ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସିଂପାଲି ଗାଁର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗାଁର ନବୀନ ଡୁଙ୍ଗଡୁଙ୍ଗ। ଉକ୍ତ ଜଙ୍ଗଲରେ ବାରହା ମାଂସ କାଟୁଥିବା ବନ ବିଭାଗ ଖବର ପାଇ ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ସମୟରେ ସେଠାରୁ କିଛି କଟା ମାଂସ, ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ ତାର, ଗୋଟିଏ ଟାଙ୍ଗିଆ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ବନବିଭାଗ ଅଟକ ରଖି ପଚରା ଉଚୁରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାରେ ଆଉ କେତେ ଜଣଙ୍କ ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରହିଥିବା ବେଳେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
Comments are closed.