Latest Odisha News

BREAKING NEWS

୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କଫ ସିରପ ଜବତ

କଟକ: କଟକରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ । ମର୍କତନଗର ଥାନା ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫ ସିରପ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ । ତେବେ ଏହି ବେଆଇନ କଫ ସିରପ କାହିଁକି ଓ କାହାକୁ ବିକ୍ରି ହେଉଥିଲା ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ।

ଏହି କଫ ସିରପରେ ମିଶୁଥିଲା ଏନ ୧୦ ନିଶା ଟାବଲେଟ ତା ପରେ ଶହେ ଏମ.ଏଲର ଏହି କଫ ସିରପ ବୋତଲ ୧୧୦ଟଙ୍କାରେ ବିକ୍ରି ହେଉଥିଲା । ପ୍ରକୃତ କଥା ହେଲା ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ ହେଲେ ନିଶା କିନ୍ତୁ ଜୋରରେ ହୁଏ । ତେଣୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା ।

Leave A Reply

Your email address will not be published.