ଭୁବନେଶ୍ୱର: ବାଣ ଫୁଟି ଗଲା ପୁଣି ଜଣଙ୍କ ଜୀବନ। ଭୁବନେଶ୍ୱର କମିଶନରେଟ ବାଲିପାଟଣା ଥାନା ଅନ୍ତର୍ଗତ ନରୀଶୋ ନିଧି ସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା।
ସୂଚନା ଅନୁଯାୟୀ, ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ନରୀଶୋ ନିଧିସାହି ଅଭିନା କାଣ୍ଡିଙ୍କ ଘରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ।ବିସ୍ଫୋରଣ ଏତେ ଭୀଷଣ ଥିଲାଯେ ଇଟା ସିମେଣ୍ଟର ଘର ମାଟିରେ ମିଶି ଯାଇଥିଲା। ଏହି ଘଟଣାରେ ଅଭିନାଙ୍କ ସହ ପୁନାନନ୍ଦ ଭୋଇ,ପ୍ରମୋଦ ସାହୁ ଓ ରାକେଶ ତିଆଡ଼ି ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ନିଆଳୀ ମେଡିକାଲରେ ଚିକିତ୍ସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ଚାଲିଥିବା ଅବସ୍ଥାରେ ଅଭିନାଙ୍କର ମୃତ୍ୟୁ ହୋଇଛି।
ତେବେ ଗତ କିଛି ଦିନ ତଳେ କଟକ ସଦର ଥାନା ଖଲର୍ଦ୍ଧା ବାଣ ବିସ୍ଫୋରଣରେ ଜଣଙ୍କ ଜୀବନ ଯାଇଥିଲା।