Latest Odisha News

ବେଆଇନ ମାଛ ଧରିବା ପଡିଲା ମହଙ୍ଗ। :୪ଟି ଟ୍ରଲର ଜବତ, ୩୨ ଅଟକ

କୋଣାର୍କ :ବେଆଇନ ମାଛ ଧରିବା ପଡିଲା ମହଙ୍ଗ। ।ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁହାଣ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ୪ ଟି ଟ୍ରଲର ଜବତ ହୋଇଛି । ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି ।ସୂଚନା ଅନୁସାରେ ବନ ବିଭାଗ ଓ କୋଷ୍ଟଗାର୍ଡ ଯବାନ ପାଟ୍ରୋଲିଂ କରୁଥିବା ସମୟରେ ୨୦ ଟି ଟ୍ରଲର ମାଛ ଧରୁଥିବା ଦେଖିଥିଲେ ।

ଏନେଇ ସାମୁଦ୍ରିକ ମତ୍ସ୍ୟବିଭାଗ ଉପନିର୍ଦ୍ଦେଶକ ବସନ୍ତ ଦାସଙ୍କୁ ଜଣାଇଥିଲେ । ପରେ ମତ୍ସଜୀବୀ ଉପନିର୍ଦ୍ଦେଶକ  ଘଟଣାସ୍ଥଳରେ ପହଁଞ୍ଚି ବନ ବିଭାଗ, କୋଷ୍ଟଗାର୍ଡ ଯବାନ ଓ ତଟ ରକ୍ଷା ବାହିନୀର ମିଳିତ ଉଦ୍ୟମରେ ୪ ଟି ଟ୍ରଲର ଜବତ କରାଯାଇଥିଲା । ଜବତ ଟ୍ରଲର ଗୁଡିକ ମଧ୍ୟରୁ ୩ ଟି ପାରାଦ୍ୱୀପ ଅଞ୍ଚଳର ହୋଇଥିବା ବେଳେ ଗୋଟିଏ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.