Latest Odisha News

ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

କଟକ: କଟକ ଫ୍ରେଣ୍ଡସ୍ କଲୋନୀରେ ଜଣେ ଡାକ୍ତରଙ୍କ ଘରେ ଚଢଉ କଲା ସ୍ୱାସ୍ଥ୍ୟ ବିଭାଗ । ଲିଙ୍ଗ ନିରୁପଣ ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‍ ଚଢଉ କରିଛି ।ଏହି ରେଡ୍‌ରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହ ଉପଜିଲ୍ଲାପାଳ ମଧ୍ୟ ସାମିଲ ଥିଲେ ।

ଏହି ଚଢଉ ସମୟରେ ଏକ ଅଲଟ୍ରାସାଉଣ୍ଡ ମେସିନ, ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ମୋବାଇଲ ଜବତ କରାଯାଇଛି । ଡାକ୍ତର ନିଜ ଘରେ କ୍ଲିନିକ କରି ବେଆଇନ ଲିଙ୍ଗ ନିରୂପଣ କରୁଥିଲେ । ଘଟଣାରେ ଅଭିଯୁକ୍ତ ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କୁ ଗିରଫ କରିଛି ଟିମ୍ ।

ତେବେ ଡାକ୍ତର ପୁଣ୍ୟଶ୍ଲୋକ ଦାସ ଦେବଗଡରେ ଏକ ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ହୋଇଥିବା କହିଛନ୍ତି ଡାକ୍ତର । ଏନେଇ ଅଧିକ ତଦନ୍ତ କରାଯାଉଛି ।

Comments are closed.