Latest Odisha News

BREAKING NEWS

ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ୍ ଜବତ, ୨ ଜଣ ଗିରଫ 

ବଲାଙ୍ଗିର: ବେଆଇନ୍ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲା ସାଲେଭଟାରୁ ବିପୁଳ ପରିମାଣର ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ ଜବତ । ବନ ବିଭାଗ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଦେଓଗାଁ ବ୍ଲକ ବନ୍ଧପଡ଼ା ଅଞ୍ଚଳରୁ ବେଆଇନ ଭାବରେ କାଠ ସମ୍ୱଲପୁରକୁ ଚାଲାଣ କରାଯାଉଥିଲା ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଚଢ଼ାଉ କରିଥିଲା ବନ ବିଭାଗ । ଜବତ ଟ୍ରକକୁ ବଲାଙ୍ଗିର ନର୍ସରୀରେ ରଖାଯାଇଛି । ଜବତ କାଠର ଆନୁମାନିକ ମୂଲ୍ୟ 6 ଲକ୍ଷରୁ ଅଧିକ ଟଙ୍କା ହେବ । ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ବନ ବିଭାଗ । ସେମାନେ ହେଲେ ଟ୍ରକ ଡ୍ରାଇଭର ଲିପୁନ ଦୀପ ଓ ହେଲପର ପ୍ରମୋଦ ଷାଣ୍ଢ ।

Leave A Reply

Your email address will not be published.