ଲକ୍ଷ୍ନୌ: ସାହେବ, ମୁଁ ଜୀବିତ। ବେକରେ ପ୍ଲାକାର୍ଡ ଝୁଲାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଦୁଇ ବୃଦ୍ଧା। ସେମାନେ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ପାଉ ନାହାଁନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଜୌନପୁର ଅଞ୍ଚଳରେ।
ସୂଚନା ଅନୁଯାୟୀ, ପ୍ରାୟ ୨ ବର୍ଷ ହେବ ସେମାନଙ୍କ ଭତ୍ତା ବନ୍ଦ କରିଦିଆଯାଇଛି। ବିଭାଗୀୟ ଅଧିକାରୀମାନେ ତାଙ୍କୁ ମୃତ ଘୋଷଣା କରି ପେନସନ୍ ବନ୍ଦ କରିଦେଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଉଭୟ ବୃଦ୍ଧ ମହିଳା ସାମାଜିକ କଲ୍ୟାଣ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା।
ତେବେ ସେମାନଙ୍କ ଭତ୍ତା ତୁରନ୍ତ ପ୍ରଦାନ ଏବଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.