Latest Odisha News

ସାରା ବିଶ୍ବରେ ଓମିକ୍ରନକୁ ନେଇ ଆତଙ୍କ

ନୂଆଦିଲ୍ଲୀ : ଧିରେ ଧିରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ଓମିକ୍ରନ । ଯାହାକୁ ନେଇ ବଢ଼ୁଛି ଭୟ । ସାରା ବିଶ୍ବରେ ଓମିକ୍ରନକୁ ନେଇ ଦେଖାଦେଲାଣି ଆତଙ୍କ । ଭାରତରେ ବି ଓମିକ୍ରନ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁବା ପରେ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ନୂଆ ଷ୍ଟ୍ରେନ ଯୋଗୁ ଭାରତରେ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହୋଇପାରନ୍ତି ଓ ଏହା ଗମ୍ଭୀର ସ୍ଥିତି ଆଣିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଦ୍ବିତୀୟ ଲହର ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ, ଆବଶ୍ୟକ କଟକଣା ନମାନିଲେ ନୂଆ ଷ୍ଟ୍ରେନ ଯୋଗୁ ପୁଣି ପୂର୍ବ ସ୍ଥିତି ଆଣିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସ୍ବାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ଓ୍ବାର୍କର୍ସ ଓ ଇମ୍ୟୁନୋ ପାଓ୍ବାର କମ୍ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କରୋନା ଟିକାର ଅତିରିକ୍ତ ଡୋଜ୍ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ । ଏହାସହ ୧୨ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ପ୍ରସ୍ତାବକୁ ତ୍ବରାନ୍ବିତ କରିବାକୁ ଦାବି କରିଛି ଆଇଏମଏ । ଏବେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ ରହିଥିବା ବେଳେ ଆଗାମୀ ଦିନରେ ଏହା ବଢ଼ିବ ବୋଲି ଆଶଙ୍କା ରହିଛି ।

ୟୁରୋପୀୟ ଦେଶରେ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ ବିଶେଷକରି ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍ ବୟସ୍କ ଶିଶୁ ସଂକ୍ରମିତ ହେଉଛନ୍ତି । ହେଲେ ଭାରତରେ ଶିଶୁ ସଂକ୍ରମଣ କରିବାରେ ଏହି ଭ୍ୟାରିଆଣ୍ଟ ଏତେଟା ସଫଳ ହେବ ନାହିଁ ବୋଲି ପୂର୍ବରୁ କହିଥିଲେ ମାଇକ୍ରୋ ବାୟୋଲୋଜିଷ୍ଟ । ସେହିପରି ବିନା ଟ୍ରାଭେଲ ହିଷ୍ଟ୍ରିରେ ଅନେକ ଲୋକ ନୂଆ ଷ୍ଟ୍ରେନରେ ସଂକ୍ରମିତ ହେଉଛନ୍ତି ବୋଲି କହିଛନ୍ତି ୟୁକେର ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ ।

Leave A Reply

Your email address will not be published.