Latest Odisha News

BREAKING NEWS

କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମ୍‌ଏ

ଭୁବନେଶ୍ଵର: କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏର ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ୫ଟି ବଡ଼ ଦାବି ଜଣାଇଲା ଆଇଏମ୍‌ଏ । ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନ ବନ୍ଦର ଭଳି କରିବାକୁ ଦାବି କଲା ଆଇଏମ୍‌ଏ । ଏଥିସହ ହସ୍ପିଟାଲକୁ ସେଫ୍‌ ଜୋନ୍‌ ଭାବେ ଘୋଷଣା କରିବା, ସିସିଟିଭି ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରିବାକୁ ଦାବି କରିଛି ଆଇଏମ୍‌ଏ । ଏଥିସହ କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତଦନ୍ତ ସାରି ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ଏବଂ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଆଇଏମ୍‌ଏ ।

ସେପଟେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଏକ କମିଟି ଗଠନ କରାଯିବ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ, ତା’ର ପ୍ରସ୍ତାବ ଦେବ। ରାଜ୍ୟ ସରକାରଙ୍କ ସମେତ ସବୁ ଅଂଶୀଦାରମାନେ ସୁରକ୍ଷାକୁ ନେଇ କମିଟି ଆଗରେ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିପାରିବେ ବୋଲି ସୂଚନା ମିଳିଛି। ତେବେ ଯଦି କୌଣସି ଡାକ୍ତର, ନର୍ସ ବା ଚିକିତ୍ସାକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଏ ତେବେ ୬ଘଂଟା ମଧ୍ୟରେ ଏଫଆଇଆର ରୁଜୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ୩୦ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ଆଜି ସାରା ଦେଶରେ ବିରୋଧ ତେଜିବାରେ ଲାଗିଛି ।

Comments are closed.