ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବିବାଦୀୟ ମହିଳା ବକ୍ସର ଇମାନେ ଖେଲିଫ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ସମୟରେ ଇମାନେ ପୁରୁଷ ବୋଲି ଦାବୀ ହୋଇଥିଲା । ତେବେ ଏହାର ପ୍ରଭାବ କିଛି ପଡି ନ ଥିଲା ଏବଂ ସେ ସ୍ୱର୍ଣ୍ଣ ଜିତିଥିଲେ । ଏବେ ତାଙ୍କର ଏକ ଡାକ୍ତରୀ ରିପୋର୍ଟ କ୍ରୀଡା ଦୁନିଆକୁ ଚକିତ କରି ଦେଇଛି । ଏହି ଲିକ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଇମାନେଙ୍କ ଶରୀରରେ ପୁରୁଷଙ୍କ ଭଳି ଅଙ୍ଗ ରହିଛି । ତାଙ୍କର ଆଭ୍ୟନ୍ତରୀଣ ଅଣ୍ଡକୋଷ ଏବଂ ଏକ୍ସୱାଇ କ୍ରୋମଜୋମ ରହିଛି । ଏହା ୫ ଆଲଫା ରିଡକ୍ଟେଜ ଅଭାବ ବୋଲି ଦର୍ଶାଇଥାଏ ।
ପ୍ୟାରିସର କ୍ରେମାଲିନ ବିସଗ୍ରେ ଡାକ୍ତରଖାନା ଏବଂ ଆଲଜେର୍ସର ମହମ୍ମଦ ଲାମିନ ଦେବଗିନର ବିଶେଜ୍ଞମାନେ ୨୦୨୩ରେ ଏହି ରିପୋର୍ଟ ପ୍ରଦାନ କରିଥିଲେ । ଅଣ୍ଡକୋଷର ଅସ୍ତିତ୍ୱ ଥିବା ବେଳେ ଗର୍ଭାଶୟର ଅଭାବ ରହିଛି । ଯାହାକି ତାଙ୍କୁ ପୁରୁଷ ବୋଲି ବିବେଚନା କରୁଛି । ଏହି ରିପୋର୍ଟ ଆସିବା ପରେ ଇମାନେଙ୍କ ବିରୋଧରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।
Comments are closed.