Latest Odisha News

BREAKING NEWS

ଆଗକୁ ତାତି ଅସମ୍ଭାଳ !, ‘ସିଜନାଲ ଆଉଟ୍ ଲୁକ୍’ରେ ଓଡ଼ିଶା, ଛତିଶଗଡ଼ ସହ ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତକୁ ସତର୍କ କଲେ ଆଇଏମଡି

ନୂଆଦିଲ୍ଲୀ: ଏଥର ଅସମ୍ଭାଳ ଗ୍ରୀଷ୍ମ ! ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଆଗାମୀ ଗ୍ରୀଷ୍ମ ଋତୁ ଲାଗି ‘ସିଜନାଲ ଆଉଟ୍‌ଲୁକ୍’ ଜାରି କରିଛନ୍ତି । ମାର୍ଚ୍ଚ-ମେ ଲାଗି ଜାରି ହୋଇଥିବା ଆଉଟଲୁକ୍‌ରେ ଦକ୍ଷିଣ ଓ ମଧ୍ୟଭାରତ ଲାଗି ଗ୍ରୀଷ୍ମ ଉପଭୋଗ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।  ହେଲେ ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତର ତାପମାତ୍ରା ବୃଦ୍ଧି ଅନୁମାନ କରାଯାଇଥିବା ବେଳେ ଓଡ଼ିଶା ଏବଂ ଛତିଗଡ଼ରେ ଅସମ୍ଭାଳ ଗ୍ରୀଷ୍ମ ଆଶଙ୍କା କରାଯାଉଛି । 

ଆଇଏମଡିଙ୍କ ସୂଚନା ଅନୁସାରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତ୍ତର ଭାରତର ତାପମାତ୍ରା ସାଧାରଣରୁ ଅଧିକ ରହିପାରେ । ଉତ୍ତର ଭାରତ ବ୍ୟତୀତ ଉତ୍ତର-ପଶ୍ଚିମ ଓ ପୂର୍ବୋତ୍ତର ଭାଗ, ମଧ୍ୟଭାରତର ପୂର୍ବ ଓ ପଶ୍ଚିମ ଭାଗର କେତେକ ଡିଭିଜନ, ଉତ୍ତର ଭାରତର ଉପକୂଳବର୍ତ୍ତି ଅଞ୍ଚଳର କେତେକ ସ୍ଥାନରେ ତାପମାତ୍ରା ସାଧାରଣରୁ ଅଧିକ ହେବ ।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପୂର୍ବ ଓ ପଶ୍ଚିମ ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଏବଂ ଓଡିଶା ଆଦି ଗଙ୍ଗା ସମତଳ ଅଞ୍ଚଳରେ ମାର୍ଚ୍ଚରୁ ମେ ମାସରେ ତାପମାତ୍ରା ୦.୫ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବଢିବ । ତେବେ ଓଡି଼ଶା ଏବଂ ଛତିଶଗଡ ତାପମାତ୍ରାରେ ଯଥାକ୍ରମେ ୦.୬୬ ଓ ୦.୮୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଖାପାଖି ୭୫ ପ୍ରତିଶତ ନିଶ୍ଚିତ ବୋଲି କହିଛନ୍ତି । ତେବେ ଏପ୍ରିଲ-ଜୁନ ଲାଗି ପାଣିପାଗ ବିଭାଗ ଦ୍ୱିତୀୟ ଗ୍ରୀଷ୍ମ ପୂର୍ବାନୁମାନ ଜାରି କରିବେ ବୋଲି କହିଛନ୍ତି ମହାପାତ୍ର । 

Leave A Reply

Your email address will not be published.