Latest Odisha News

ବାଲେଶ୍ୱର ସମେତ ଏହି ଜିଲ୍ଲାକୁ ଝଡ଼ ବର୍ଷା ନେଇ ରେଡ୍ ଆଲର୍ଟ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ସନ୍ଧ୍ୟା ୫.୧୦ ମି. ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ପାଇଁ ଏକ ରେଡ୍ ସତର୍କତା ଜାରି କରିଛି।

ଆଗାମୀ ୨ ଘଣ୍ଟା ମଧ୍ୟରେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ସେହିପରି ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା ପାଇଁ ସନ୍ଧ୍ୟା ୫.୧୯ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅରେଞ୍ଜ ସତର୍କତା ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ରବିବାର ଏବଂ ସୋମବାର ମଧ୍ୟ ଓଡ଼ିଶାରେ ବର୍ଷା ବୃଦ୍ଧି ପାଇପାରେ।

 

Comments are closed.