Latest Odisha News

BREAKING NEWS

ଉତ୍ତର ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ୟସ୍, ସ୍ପଷ୍ଟ କଲା IMD

ଭୁବନେଶ୍ୱର: ବାତ୍ୟା ୟସ୍ କେଉଁଠି ଲାଣ୍ଡଫଲ୍ କରିବ ? ଭାରତୀୟ ପାଣିପାଗ ବିଭାଗ ଏନେଇ ନିର୍ଦ୍ଦିଷ୍ଟ ସ୍ଥାନ ସ୍ପଷ୍ଟ କରି ନଥିବା ବେଳେ ଆଜି କହିଛି ଉତ୍ତର ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ । ଅର୍ଥାତ୍ ଓଡ଼ିଶାରେ ଲାଣ୍ଡଫଲ୍ କରିବା ନିଶ୍ଚିତ । ବାଲଶ୍ୱର ଉପକୂଳର ଧାମରାରୁ ଚାନ୍ଦିପୁର ଭିତରେ କେଉଁଠି ଗୋଟିଏ ସ୍ଥାନରେ ମାଡ଼ ହୋଇପାରେ ୟସ୍ । ଗତିବିଧି ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ବର୍ତ୍ତମାନ ପାରାଦୀପ ଉପକୂଳରୁ ୩୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଓ ବାଲେଶ୍ୱର ଉପକୂଳରୁ ୪୩୦ କିଲୋମିଟର ଦକ୍ଷଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ଧୀରେ ଧୀରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି କାଲି ମଧ୍ୟାହ୍ନରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଆଜି ସ୍ପଷ୍ଟ ହୋଇପାରେ ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଓଡ଼ିଶା ଉପକୂଳ ମୁହାଁ ହେବା ସହ ଅଧିକ ଶକ୍ତିଶାଳୀ ହେଉଛି ୟସ୍ । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ କାଲିଠାରୁ ବର୍ଷା ପବନ ଆରମ୍ଭ ହୋଇଛି । ଲାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୫୫-୧୬୫ ଓ ସ୍ଥଳ ବିଶେଷରେ ୧୮୫ କିଲୋମିଟ ଛୁଇଁପାରେ ପବନର ବେଗ । ବ୍ୟାପକ କ୍ଷୟକ୍ଷତି ଅନୁମାନ କରାଯାଉଛି ।

Leave A Reply

Your email address will not be published.