Latest Odisha News

ଖୁବ ଶୀଘ୍ର ପୁରଣ ହେବ ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ: ରାଜ୍ୟପାଳ

ଭୁବନେଶ୍ଵର: ରାଜ୍ୟର ବିଶ୍ଵ ବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟପାଳ ତଥା ବିଶ୍ଵ ବିଦ୍ୟାଳୟ ସମୂହର କୁଳାଧିପତି ରଘୁବର ଦାସ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗତକାଲି ରାଜ ଭବନରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ସହ ଅନୁଷ୍ଠିତ ବୈଠକରେ ରାଜ୍ୟପାଳ ଏହି ପରାମର୍ଶ ଦେବା ସହ ବିଶ୍ଵ ବିଦ୍ୟାଳୟମାନଙ୍କରେ ଶୈକ୍ଷିକ ବାତାବରଣ ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ ।

ସୂଚନାଯୋଗ୍ୟ ଯେ, ବୈଠକରେ ଜାତୀୟ ଶିକ୍ଷାନୀତି, ରାଜ୍ୟର ବିଶ୍ଵ ବୁଦ୍ୟାଳୟମାନଙ୍କର ସ୍ଥିତି ତଥା ଏ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପଥି, ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Comments are closed.