Latest Odisha News

ପ୍ରଧାନମନ୍ତ୍ରୀ ପଦ ହରାଇଲେ ଇମ୍ରାନ ଖାନ୍, ଶାହବାଜ ସରିଫ ହୋଇପାରନ୍ତି ପିଏମ୍

ଇସଲାମାବାଦ: ପ୍ରଧାନମନ୍ତ୍ରୀ ପଦ ହରାଇଲେ ଇମ୍ରାନ ଖାନ୍ । ଅନାସ୍ଥା ପ୍ରସ୍ତାବର ଭୋଟ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ଖାଲି କରିଛନ୍ତି ଇମ୍ରାନ ଖାନ । ଏବେ ଇମ୍ରାନ ଖାନ୍ ଜେଲ ଯାଇପାରନ୍ତି ବୋଲି ସୂଚନା ରହିଛି। ଇମ୍ରାନଙ୍କ ବିରୋଧରେ ଦୂର୍ନୀତି ସହିତ ବିଭିନ୍ନ ଅଭିଯୋଗ ରହିଛି। ସେହିପରି ଇମ୍ରାନ ଖାନଙ୍କ ସଚିବ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଏବେର ବିରୋଧୀ ଦଳର ନେତା ତଥା ପିଏମଏଲ-ଏନର ନେତା ଶାହବାଜ ସରିଫ ହୋଇପାରନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସିରଫ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି।

ତେବେ ଇମ୍ରାନ ଖାନ କ୍ଷମତାକୁ ଆସିବା ପରେ ଦେଶ ବାହାରକୁ ପଳାଇଥିବା ପିଏମଏଲ-ଏନର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଇସଲାମାବାଦ ଆସିବେ ବୋଲି ସୂଚନା ରହିଛି । ନଓ୍ୱାଜ ଏବେ ଲଣ୍ଡନରେ ଅଛନ୍ତି । ସେ ଏବେ ସାଉଦି ଆରବ ଯିବେ । ସେଠାରୁ ଇସଲାମାବାଦ ଫେରିବେ ବୋଲି ସୂଚନା ରହିଛି। ପାକିସ୍ତାନରେ ପହଂଚିବା ପରେ ଗୋଟିଏ ବଡ ରାଲିକୁ ସମ୍ଭୋଧନ କରିବେ ବୋଲି ସୂଚନା ରହିଛି। ନଓ୍ବାଜଙ୍କ ଭାଇ ହେଉଛନ୍ତି ଶାହବାଜ ।

ଇସଲାମାବାଦ ହାଇକୋର୍ଟ ଏକ ରାୟ ଶୁଣାଣି କରି କହିଛନ୍ତି, ଇମ୍ରାନ ଖାନଙ୍କୁ ଇସିଏଲରେ ସାମିଲ କରିଛନ୍ତି । ଇସିଏଲର ଅର୍ଥ ଏକଜିଟ୍ କଂଟ୍ରୋଲ ଲିଷ୍ଟ । ଏହି ତାଲିକାରେ ଯିଏ ଆସିବେ ସିଏ ଦେଶ ବାହାରକୁ ଯାଇପାରିବେ ନାହିଁ । ଏହା ପୂର୍ବରୁ ନଓ୍ୱାଜ ସରିଫ କ୍ଷମତାଚ୍ୟୁତ ହେବା ପରେ ତାଙ୍କ ବିରୋଧରେ ଇସିଏଲ ଲାଗୁ ହୋଇଥିଲା। କିନ୍ତୁ ସ୍ୱାସ୍ୟଗତ କାରଣ ଦେଖାଇ ନିଜର ବିମାନରେ ଲଣ୍ଡନ ପଳାଇଥିଲେ।

Leave A Reply

Your email address will not be published.