Latest Odisha News

BREAKING NEWS

ରେଜିଷ୍ଟ୍ରେଡ ଦଳ ତାଲିକାରୁ ହଟିଲା ଇମ୍ରାନଙ୍କ ପିଟିଆଇ: ଚିହ୍ନ ବି ନେଇଗଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପାକିସ୍ତାନରେ ସାଧାରଣ ନିର୍ବାଚନକୁ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା । ନିର୍ବାଚନ ଆୟୋଗ ଇମ୍ରାନଙ୍କ ପାକିସ୍ତାନ-ତେହରିକ-ଏ-ଇନସାଫକୁ ରେଜିଷ୍ଟ୍ରେଡ ପାର୍ଟି ତାଲିକାରୁ ବାଦ ଦେଇଛନ୍ତି । ଏପରିକି ନିର୍ବାଚନ ଆୟୋଗ ତାଙ୍କ ଦଳର ଚିହ୍ନକୁ ଛଡାଇ ନେଇଛନ୍ତି । ଏପରି କାର୍ଯ୍ୟାନୁଷ୍ଠାନ ପରେ ପିଟିଆଇ ନେତୃତ୍ୱବିହୀନ ହୋଇଯାଇଛି । ଅଫିସିଆଲି ପିଟିଆଇ ଏବେ ଇମ୍ରାନଙ୍କ ଦଳ ହୋଇ  ରହିବ ନାହିଁ ।

ସୂଚନାଥାଉ କି, ପାକିସ୍ତାନ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ୫ ବର୍ଷ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇଛି । ଅବଶ୍ୟ କୋର୍ଟ ନିର୍ବାଚନ ଆୟୋଗଙ୍କର ଏପରି ଆଦେଶକୁ ରଦ୍ଦ କରି ଦେଇଛନ୍ତି । ତେବେ ପିଟିଆଇ ନେତା ନିର୍ବାଚନ ଲଢି ପାରିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।

ପାକିସ୍ତାନରେ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନା ହେବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମଧ୍ୟ ଶେଷ ହୋଇଗଲାଣି । ପିଟିଆଇ ମୁଖ୍ୟ ଇମ୍ରାନ ଖାନ ପଞ୍ଜାବ ପ୍ରାନ୍ତରେ ଥିବା ନିଜ ନିର୍ବାଚନ ମଣ୍ଡଳୀ ମିୟାଁବଲିରୁ ନାମାଙ୍କନ ଭରିଛନ୍ତି । ଯାଞ୍ଚ ପରେ ତାଙ୍କ ପ୍ରାର୍ଥୀପତ୍ର କାଏମ ରହିବ କି ନାହିଁ ଜଣାପଡିବ । ଭ୍ରଷ୍ଟାଚାର ମାମଲାରେ ଏବେ ଇମ୍ରାନ ଜେଲରେ ବନ୍ଦୀ ଅଛନ୍ତି ।

Comments are closed.