Latest Odisha News

BREAKING NEWS

ବଲିଉଡ୍‌କୁ ନକଲ ନକରି ପାକିସ୍ତାନର ଫିଲ୍ମକୁ ନୂଆ ରୂପ ଦିଅ; ଇମ୍ରାନ ଖାନ

ଇସଲାମାବାଦ: ବଲିଉଡ୍‌କୁ ନକଲ ନକରି ପାକିସ୍ତାନର ଫିଲ୍ମକୁ ନୂଆ ରୂପ ଦେବାକୁ କହିଛନ୍ତି ପିଏମ୍‌ ଇମ୍ରାନ ଖାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ଯୁବ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବଲିଉଡର ନକଲ ବଦଳରେ ମୂଳ ବିଷୟବସ୍ତୁ ଉପରେ ଧ୍ୟାନ ଦେବା ଏବଂ ଚଳଚ୍ଚିତ୍ର ନିର୍ମାଣରେ ନୂତନ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ଇସଲାମାବାଦରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଏକ କାର୍ଯ୍ୟକ୍ରମରେ ଖାନ କହିଛନ୍ତି ଯେ ପାକିସ୍ତାନୀ ଚଳଚ୍ଚିତ୍ର ଜଗତ ବଲିଉଡ ଦ୍ୱାରା ପ୍ରଭାବିତ। ଏହାକୁ ସ୍ବୀକାର କରିବା ସହିତ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଅଭିଜ୍ଞତା ଅନୁଯାୟୀ ଦୁନିଆରେ କେବଳ ‌ଅରିଜିନାଲ୍‌ ହିଁ ବିକ୍ରି ହୁଏ, ନକଲର କୌଣସି ମୂଲ୍ୟ ନାହିଁ।

Leave A Reply

Your email address will not be published.