ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ପିଟିଆଇ ପାର୍ଟିକୁ ଶନିବାର ଶକ୍ତ ଧକ୍କା ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଇମ୍ରାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମାତ୍ର ନିର୍ବାଚନ ଆୟୋଗ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଇମ୍ରାନ ଲାହୋର ଏନଏ ୧୨୨ ଓ ମିୱାନୱାଲି ଏନଏ ୮୯ରୁ ନାମାଙ୍କନ ପତ୍ର ଦାଖଲ କରିଥିଲେ । କ୍ରିକେଟରୁ ରାଜନୀତି ପାଲଟିଥିବା ଇମ୍ରାନଙ୍କୁ ନିକଟରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆ ଯାଇଥି ଲା । ବର୍ତମାନର ପାକିସ୍ତାନ ସରକାର ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି ବୋଲି ଇମ୍ରାନ ଅଭିଯୋଗ ଆଣିଥିଲେ ।
୨୦୧୮ରୁ ୨୨ ପର୍ଯ୍ୟନ୍ତ ସେ ବେଆଇନ ଭାବେ ସରକାରୀ ଉପହାର ବିକ୍ରି କରିଥିବା ଅଭିଯୋଗ ଆସିଥିଲା । ଏହି ମାମଲାରେ ତାଙ୍କୁ ୩ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇଛି । ତାଙ୍କ ପାର୍ଟିରା ଶାହା ମେହମୁଦ କୁରେଶୀ,ଆଜମ ସ୍ୱାତୀ ଓ ଜୁଲଫି ବୁଖାରୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଛି । ଅପରପକ୍ଷରେ ପିଏମଏଲ-ଏନ ସୁପ୍ରିମୋ ନୱାଜ ଶରୀଫଙ୍କ ନାମାଙ୍କନ ଗ୍ରହଣ କରାଯାଇଛି ।
Comments are closed.