Latest Odisha News

BREAKING NEWS

Imran Khan update: ଇଣ୍ଟରନେଣ୍ଟ୍ ଏବଂ ସବୁ ଚ୍ୟାନେଲରୁ ଇମ୍ରାନଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ବିରୋଧରେ ପାକିସ୍ତାନ ନୂଆ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲଦଣ୍ଡ ଦିଆଯିବାର ଦେଢ଼ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଗତ କିଛି ସପ୍ତାହ ଧରି ତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଏବଂ କିଛି ସରକାରଙ୍କ ନୀରବତା ତାଙ୍କ ପରିବାରକୁ ଚିନ୍ତିତ କରିଛି। ଏହାରି ଭିତରେ ପାକିସ୍ତାନ ସରକାର ଇମ୍ରାନ ଖାନଙ୍କ ପ୍ରତି ଆଉ ଏକ ପଦକ୍ଷେପ ନେଇଛନ୍ତି । ପାକିସ୍ତାନର ସମସ୍ତ ଟିଭି ଚ୍ୟାନେଲରୁ ଇମ୍ରାନଙ୍କ ସମ୍ପର୍କିତ କିଛି ଫଟୋ କିମ୍ବା ନିୟୁଜକୁ ହଟାଇବାକୁ ଆଦେଶ ଦେଇଛନ୍ତି । ଏପରିକି ଟିଭି ଚ୍ୟାନେଲଗୁଡ଼ିକୁ ତାଙ୍କ ନାମ କିମ୍ବା ଫଟୋ ଦେଖାଇବାକୁ ବାରଣ କରାଯାଇଛି । ଇଣ୍ଟରନେଟରେ ଇମ୍ରାନ ଖାନଙ୍କ ସାମ୍ପ୍ରତିକ କୌଣସି ଝଲକ ଯେପରି ଦହେଖାଯାଏ ସେହି ଆଦେଶ ଦିଆଯାଇଛି । ତେବେ ସରକାରଙ୍କର ଏପରି ଏକ ଆକତସନ ପରେ ତାଙ୍କ ପରିବାର ଭୟ ପ୍ରକାଶ କରିଛନ୍ତି । ସେପଟେ ଲଣ୍ଡନରେ ରହୁଥିବା ଇମ୍ରାନଙ୍କ ପୁଅ କାସିମ ଖାନ କହିଛନ୍ତି ଯେ ସେ ତାଙ୍କ ବାପାଙ୍କୁ ଶେଷ ଥର ପାଇଁ ନଭେମ୍ବର ୨୦୨୨ ରେ ଦେଖିଥିଲେ, ଯେତେବେଳେ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ପରିବାର ମଧ୍ୟ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକଠାରୁ ସହାୟତା ଲୋଡୁଛି। ସେମାନେ ଦାବି କରୁଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ସାକ୍ଷାତ ପୁନଃସ୍ଥାପିତ କରାଯାଉ, ଡାକ୍ତରଙ୍କୁ ଇମ୍ରାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁମତି ଦିଆଯାଉ ଏବଂ ଇମ୍ରାନ ଖାନଙ୍କ ଅବସ୍ଥା ବିଷୟରେ ଏକ ସରକାରୀ ଅପଡେଟ୍ ପ୍ରଦାନ କରାଯାଉ ।

 ଇମ୍ରାନ ଖାନ କେଉଁଠି?

ଇମ୍ରାନ ଖାନଙ୍କ ପୁଅ କାସିମ କହିଛନ୍ତି ଯେ ପରିବାରକୁ ତିନି ସପ୍ତାହ ଧରି ଏପରି କୌଣସି ପ୍ରମାଣ ମିଳିନାହିଁ ଯାହା ତାଙ୍କ ସ୍ଥାନକୁ ନିଶ୍ଚିତ କରିପାରିବ। ‘ତୁମର ବାପା ସୁରକ୍ଷିତ, ଆହତ କିମ୍ବା ଜୀବିତ ଅଛନ୍ତି କି ନାହିଁ ତାହା ନ ଜାଣିବା ଏକ ପ୍ରକାର ମାନସିକ ନିର୍ୟାତନା,ଭଳି ବୋଲି’  ସେ କହିଛନ୍ତି।
କାସିମଙ୍କ ଅନୁଯାୟୀ, କୋର୍ଟ ସାପ୍ତାହିକ ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଜେଲ ପ୍ରଶାସନ ଲଗାତାର ବିଳମ୍ବ କରିଆସୁଛି। ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ମଧ୍ୟ ଏକ ବର୍ଷ ଧରି ତାଙ୍କୁ ଦେଖା କରିବାକୁ ଅନୁମତି ଦିଆଯାଇନାହିଁ। ଜେଲ ପ୍ରଶାସନ ଦାବି କରିଛି ଯେ ଇମ୍ରାନ ଖାନ ସୁସ୍ଥ ଅଛନ୍ତି, କିନ୍ତୁ ଏହି ଦାବି କେବଳ ଅଜ୍ଞାତ ଅଧିକାରୀଙ୍କ ଉପରେ ଆଧାରିତ। ଏହାର କୌଣସି ସରକାରୀ କିମ୍ବା ଦୃଶ୍ୟ ପ୍ରମାଣ ନାହିଁ।

ନ୍ୟୁଜ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ , ଇଣ୍ଟରନେଟରୁ ଫଟୋ ଗାଏବ:

ଗୋଟିଏ ପଟେ ଇମ୍ରାନଙ୍କ ଅବସ୍ଥା ଜାଣିପାରୁନଥିବାରୁ ପରିବାର ଚିନ୍ତିତ ଥିବା ବେଳେ ଅନ୍ୟପଟେ ପାକିସ୍ତାନର ସମସ୍ତ ଟିଭି ଚ୍ୟାନେଲଗୁଡ଼ିକୁ ତାଙ୍କ ନାମ ଏବଂ ପ୍ରତିଛବି ପ୍ରଦର୍ଶନ କରିବାକୁ ନିଷେଧ କରିଛନ୍ତି ସରକାର । ଅନେକ ପାକିସ୍ତାନୀ ଚ୍ୟାନେଲକୁ ଇମ୍ରାନ ଖାନଙ୍କ ନାମ ଉଲ୍ଲେଖ ନକରିବାକୁ, ତାଙ୍କର ଫଟୋ କିମ୍ବା ଭିଡିଓ ଚଲାଇବାକୁ କିମ୍ବା ତାଙ୍କର କୌଣସି ବିବୃତ୍ତି କିମ୍ବା ପ୍ରତିକ୍ରିୟା ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିଷ୍ପତ୍ତି ପରେ ପରିବାର ଅଭିଯୋଗ କରିଛି ଯେ ଏହା ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ । ସେ ଜଣେ ପ୍ରିୟ ନେତା, ଏବଂ ସରକାର ଜାଣନ୍ତି ଯେ ତାଙ୍କୁ ଗଣତାନ୍ତ୍ରିକ ଭାବରେ ପରାସ୍ତ କରାଯାଇପାରିବ ନାହିଁ। ଜଣେ ବରିଷ୍ଠ ନେତାଙ୍କୁ ଏପରି ଅସମ୍ମାନ ଦିଆଯାଉଛି ବୋଲି ପରିବାର ଅଭିଯୋଗ ଆଣିଛି ।

Leave A Reply

Your email address will not be published.