Latest Odisha News

BREAKING NEWS

ଶକୀବଙ୍କ ସମର୍ଥନରେ ବାହାରି ସେହ୍ୱାଗଙ୍କୁ ଟାର୍ଗେଟ କଲେ ଇମ୍ରୁଲ

ଢ଼ାକା: ବାଂଲାଦେଶ କ୍ରିକେଟର ଶକୀବ ଉଲ ହାସନଙ୍କ ସପକ୍ଷରେ ବାହାରି ପୂର୍ବତନ ଖେଳାଳି ଇମ୍ରୁଲ କାୟେସ ଶନିବାର ବୀରେନ୍ଦ୍ର ସେହ୍ୱାଗଙ୍କୁ ଟାର୍ଗେଟ କରିଛନ୍ତି । ବାଂଲାଦେଶର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ କହିଛନ୍ତି ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସେହ୍ୱାଗଙ୍କୁ ଉପଯୁକ୍ତ ସମ୍ମାନ ମିଳି ନ ଥିବାରୁ ସେ ଅନ୍ୟକୁ ସମାଲୋଚନା କରିବାକୁ ଭଲ ପାଇଥାନ୍ତି । ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡ କେବେ ତାଙ୍କ ପରି ବୟାନବାଜି କରିବେ ନାହିଁ । ସେମାନେ ଅନ୍ୟ ଦେଶର କ୍ରିକେଟରଙ୍କୁ ସମ୍ମାନ ଦେଇଥାନ୍ତି । ସୂଚନାଯୋଗ୍ୟ, ସେହ୍ୱାଗ ଚଳିତ ଟି୨୦ ବିଶ୍ୱକପରେ ଶକୀବଙ୍କ ପ୍ରଦର୍ଶନକୁ କଡା ସମାଲୋଚନା କରିଥିଲେ ।

ଏପରିକି ସେ ଗତ ବିଶ୍ୱକପ ପରେ ଅବସର ନେଇଯିବା ଉଚିତ ହୋଇଥାନ୍ତା ବୋଲି କହିଥିଲେ । ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହା ପରେ ପ୍ରେସ ମିଟରେ ସେହ୍ୱାଗଙ୍କ ବୟାନ ସମ୍ପର୍କରେ ପଚରାଯାଇଥିଲା । ସେ କହିଥିଲେ ସେହ୍ୱାଗ କିଏ ? ଏ ନେଇ ସେହ୍ୱାଗ ଓ ଶକୀବଙ୍କ ପ୍ରଶଂସକ ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.