Latest Odisha News

BREAKING NEWS

ରାଜଧାନୀରେ ଦେହ ବ୍ୟବସାୟର ପସରା: ୨୦୨୨ରେ ପୋଲିସ ଏଯାବତ ଧରିପାରିନି ସେକ୍ସ ରାକେଟ

ଭୁବନେଶ୍ୱର: ରାଜଧାନୀରେ ଦେହଜୀବୀ ଧରାପଡିବା ଏକଦା ନିତିଦିନିଆ ଖବର ପାଲଟିଥିଲା। ଏବେ କିନ୍ତୁ ଏହି ଖବର ଆସୁନି କି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବାର ମଧ୍ୟ କୌଣସି ସୂଚନା ନାହିଁ। କିନ୍ତୁ ବିଭିନ୍ନ ସୂଚନା ପ୍ରଦାନକାରୀଙ୍କ ତଥ୍ୟକୁ ଯଦି ବିଶ୍ୱାସ କରିବା ତାହେଲେ ରାଜଧାନୀରେ ବଢୁଛି ଦେହ ବେପାର । ତେବେ ପୁଲିସ ଏସବୁ ଜାଣି ଚୁପ ରହିବା ପଛର କାରଣ ସୁପ୍ରିମକୋର୍ଟ ଏପରି ଏକ ପ୍ରସଙ୍ଗକୁ ଅନୁମତି ଦେବା ପରେ ଦେହଜୀବୀ ଅଧିକ ସକ୍ରିୟ ହୋଇଥିବା ଜଣାପଡିଛି । ମୌକା ଦେଖି ଚୌକା ପିଟୁଛନ୍ତି ଏବେ ପଡ଼ୋଶୀ ରାଜ୍ୟର ଦେହଜୀବୀ। ଲଜ ଓ ହୋଟେଲରେ ଏମାନଙ୍କ ସଂଖ୍ୟା ଭର୍ତ୍ତି ହୋଇ ରହିଛି। ସବୁ ଦେଖି ସବୁ ଜାଣି ବି ଅନୁମତି ଆଢୁଆଳରେ ପୋଲିସ ଚୁପ ରହିଛି। ରାଜଧାନୀରେ ଏବେ ଏମିତି ଢଙ୍ଗରେ ଚାଲିଛି ଦେହ ବ୍ୟବସାୟ।

ଯାହାର ଜ୍ୱଳନ୍ତ ଉଦାହରଣ ୨୦୨୨ରେ ଗୋଟିଏ ବି ଏଯାବତ ଏଭଳି କାରବାର ଠାବ କରିପାରିନି ପୋଲିସ। ସେହିପରି ଦେହ ଧନ୍ଦାର ହୋମ ସର୍ଭିସର ନଜିର ସହିଦ ନଗର ଅଞ୍ଚଳରୁ୨୦୨୧ ମସିହାରେ ଏକ ବଙ୍ଗାଳି ମହିଳା କିପରି ଜମି ଏଜେଣ୍ଟ ଭାବରେ ଯାଇ ପରେ ଲୁଟ କରି ଫେରାର ବେଳେ ଧରାପଡିଥିଲା। ସେତେବେଳେ ସାମ୍ନାକୁ ଆସିଥିଲା ଏପରି‌ ହୋମ ସର୍ଭିସର ନଜର। ସେହିପରି ବେଙ୍ଗଲୀ ଯୁବତୀ ଫେକ୍ ଆଧାରକାର୍ଡରେ କିପରି ନେଟଓ୍ୱର୍କ ଚଳାଇଥିଲେ ତାହାର ନଜିର ମଧ୍ୟ ୨୦୧୯ ମସିହାରେ ସାମ୍ନାକୁ ଆଣିଥିଲା ଏସଟିଏଫ୍ ଟିମ୍ ।

ବିଧାନସଭାରେ ତାରାବାହିନୀ ପତିଙ୍କ ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ତଥ୍ୟ ରଖି କହିଥିଲେ ରାଜ୍ୟରେ ୩ହଜାର ୭୪୦ଜଣ ବେଙ୍ଗଲି ଅନୁପ୍ରବେଶ କରିଆସିଛନ୍ତି। ବିଶେଷ କରି କେନ୍ଦ୍ରାପଡା, ଭଦ୍ରକ, ମାଲକାନଗିରି, ବାଲେଶ୍ୱର ଦେଇ ଭୁବନେଶ୍ୱର ଓ ଜିଲ୍ଲାରେ ଅନେକ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି। ହେଲେ ଏମାନଙ୍କ ମଧ୍ୟରେ ଅଧିକାଂଶ ଦେହଜୀବୀ ରହୁଛନ୍ତି।

ସେତେବେଳେ ୧୫ରୁ୧୯ ବେଙ୍ଗଲୀ ଯୁବତୀ ଧରାପଡିବା ସହ ସର୍ଟ ଷ୍ଟେ ହୋମରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖସିଯାଇଥିଲେ।ନିକଟରେ ଲକ୍ଷ୍ମୀ ସାଗର ଅଞ୍ଚଳରେ ଏକ ହୋଟେଲରେ ଏପରି କାରବାର ଅଭିଯୋଗ ଆସିଥିଲା। ଏନେଇ ପୋଲିସ ଖବର ପାଇ ରେଡ କରିବା ବେଳକୁ ସେଠାରୁ ଖସିପଳାଇଥିଲେ ଯୁବତୀ। ପରେ ପୂରା ଘଟଣାକୁ ପଇସା ଡିସପୁଟ ରୂପ ଦେଇ ମାମଲାକୁ ଅଲଗା ମୋଡ ଦିଆଯାଇଥିଲା ଏହିପରି ଅନେକ ଅଞ୍ଚଳରେ ଏବେ ଏପରି କାରବାର ଚାଲୁଥିବା ବେଳେ ଅଧିକାଂଶ ପୋଲିସ ଅଧିକାରୀଙ୍କୁ ପଚାରିଲେ କହିଛନ୍ତି ଏହାକୁ କୋର୍ଟର ଅନୁମତି ମିଳିସାରିଛି। ସହମତିରେ ହେଉଥିବାରୁ ଏସବୁ କାରବାର ଏବେ ବେଧଡକରେ ଚାଲୁଛି। ହ୍ୟୁମାନ ଟ୍ରାଫିକିର ଅଭିଯୋଗ ସେପରି ଆସୁନାହିଁ।

ସବୁଠୁ ବଡ କଥା ଏବେ ଏମାନେ ହୋମ ସର୍ଭିସ ମଧ୍ୟ ଦେଉଛନ୍ତି । ଲୋକେ ନିଜ ଘରେ ଯଦି ସେକ୍ସ କରିବାକୁ ଚାହୁଁଥିବେ ସେମାନଙ୍କ ଘରେ ଯାଇ ପହଁଚିଯାଉଛନ୍ତି ଏହି ଦେହଜୀବୀ । ଏଥିପାଇଁ ବିଭିନ୍ନ ଇନସୁରାନ୍ସ ଏଜେଣ୍ଟ ବା ଜମି ବା ବିଲଡର ସଂସ୍ଥାର ଏଜେଣ୍ଟ ଭାବେ ନକଲି ପରିଚୟ ପତ୍ର ତିଆରି କରି ଏଘର ସେଘର ହେଉଛନ୍ତି ସୁନ୍ଦର ତରୁଣୀ।

ଉଲ୍ଲେଖଯୋଗ୍ୟ, ମେ 27ରେ ସର୍ବୋଚ୍ଚ ନ୍ୟାୟାଳୟ ଦେହଜୀବୀଙ୍କ କାର୍ଯ୍ୟକୁ ଏକ ବୃତ୍ତି ଭାବରେ ସ୍ୱୀକୃତି ଦେଇଛନ୍ତି। ରୋଜଗାର କରିବାକୁ ଯାଇ ଦେହ ବ୍ୟବସାୟକୁ ଏକ ପେଶା ଭାବେ ଅନୁମତି ଦେଇଛନ୍ତି । ଧାରା 142 ଆଧାରରେ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ। ଅର୍ଥାତ ଦେହଜୀବୀ ଧାରା 21 ଅନୁଯାୟୀ ସମସ୍ତ ନାଗରିକଙ୍କ ପରି ସମ୍ମାନ ଏବଂ ସୁରକ୍ଷା ପାଇବାକୁ ହକଦାର ବୋଲି କୋର୍ଟ କହିଥିଲେ।

Leave A Reply

Your email address will not be published.