Latest Odisha News

BREAKING NEWS

ଶ୍ରୀନଗରରେ ସିଆରପିଏଫର ପ୍ରଥମ ମହିଳା ଆଇଜି ହେଲେ ଚାରୁ ସିହ୍ନା

ଶ୍ରୀନଗର: ପ୍ରଥମ ଥର ପାଇଁ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍‌) ଶ୍ରୀନଗର ସେକ୍ଟରରେ ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି ।

ଆତଙ୍କବାଦ ପ୍ରଭାବିତ ଅଞ୍ଚଳ ଶ୍ରୀନଗର ସେକ୍ଟରରେ ୧୯୯୬ ବ୍ୟାଚର ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ଅଫିସର ଚାରୁ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଆଇଜି ଭାବେ ସେ ସିଆରପିଏଫ୍ ବିହାରରେ ମଧ୍ୟ କାର୍ଯ୍ୟରତ ଥିଲେ ।

ସୂଚନାନୁଯାୟୀ ପୂର୍ବରୁ ସେ ନକ୍ସଲବାଦକୁ ସମାପ୍ତ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଚାରୁ ସିହ୍ନା ୨୦୧୮ ମସିହାରେ ବିହାର ସେକ୍ଟରରେ ଆଇଜି ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ତାଙ୍କୁ ତେଲେଙ୍ଗାନା ସିଆରପିଏଫକୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇ ଦିଆ ଯାଇଥିଲା ।

ଶ୍ରୀନଗରରେ ସିଆରପିଏଫ୍ ୟୁନିଟ୍ ୨୦୦୫ ମସିହାରେ ଆରମ୍ଭ ହୋଇଥିଲା । ଏପରିକି ଜମ୍ମୁ-କାଶ୍ମୀର ସୁରକ୍ଷା ଦାୟିତ୍ୱରେ ସ୍ଥାନୀୟ ପୋଲିସ ସହ ସିଆରପିଏଫ୍ ମଧ୍ୟ ମୁତୟନ ହୋଇଛି ।

ସିଆରପିଏଫର ଶ୍ରୀନଗର ସେକ୍ଟରରେ ବଡଗାମ୍‌, ଗନ୍ଦରବଲ ଓ ଶ୍ରୀନଗର ଭଳି ୩ଟି ଜିଲ୍ଲା ଆସିଥାଏ ।

Leave A Reply

Your email address will not be published.