Latest Odisha News

ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ସବୁ ବନ୍ଦ

ଭୁବନେଶ୍ୱର: ତାଲାବନ୍ଦ ଭିତରେ ଲାଗିଲା କର୍ଫୁ୍ୟ । ସନ୍ଧ୍ୟା ୭ଟାରୁ ସକାଳୁ ୭ଟା ଯାଏଁ ରାଜ୍ୟରେ ସବୁ କିଛି ବନ୍ଦ ରହିବ । ସମସ୍ତ ୩ଟି ଜୋନରେ ଲାଗିବ ଏହି କଟକଣା । ଆସନ୍ତା ୧୭ ତାରିଖ ଯାଏଁ ଏହି ନିୟମ ବଳବତ୍ତର ରହିବ ବୋଲି ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସମସ୍ତ ୩ଟି ଜୋନ୍ ରେଡ୍, ଅରେଂଜ ଓ ଗ୍ରୀନଜୋନରେ ଚଳପ୍ରଚଳ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ଏଥିସହ ବନ୍ଦ ବେଳେ ଜରୁରୀ ସେବା ଜାରି ରହିବ । ଜରୁରୀକାଳିନ ସେବାରେ ଥିବା କର୍ମଚାରୀ କଟକଣାରୁ ବାଦ୍ ପଡିବେ ।
ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ପୋଲିସ କମିଶନର କହିଛନ୍ତି । ଯଦି ଏହି ନିୟମକୁ କେହି ଅମାନିଆ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ । ଆବଶ୍ୟକ ପଡିଲେ ଗିରଫ ମଧ୍ୟ କରାଯିବ ବୋଲି କମିଶନରେଟ ପୋଲିସ କହିଛି ।

Leave A Reply

Your email address will not be published.