Latest Odisha News

ବିହାର ରାଜନୀତିରେ ନୀତିଶ-ଶରଦ ଯୋଡି, ପରେ ଲାଲୁ କ୍ୟାମ୍ପରେ ପୃଥକ ପୃଥକ ସାମିଲ ହୋଇଥିଲେ

ନୂଆଦିଲ୍ଲୀ: ବିହାରର ଚର୍ଚ୍ଚିତ ଚେହେରା ତଥା ଦେଶର ବରିଷ୍ଠ ନେତା ଶରଦ ଯାଦବଙ୍କର ୭୫ ବର୍ଷ ବୟସରେ ମୃତ୍ୟୁ ଘଟିଛି। କିଛି ଦିନ ହେବ ସେ ଅସୁସ୍ଥତା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ଆଜି ଗୁରୁଗ୍ରାମର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଝିଅ ଶୁଭାଷିନି ଶରଦ ଯାଦବ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

୧୯୯୯ ରୁ ୨୦୦୪ ମଧ୍ୟରେ ଶରଦ ଯାଦବ ଅଟଳ ବିହାରୀ ବାଜପେୟୀ ସରକାରରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିଲେ। ୨୦୦୩ ମସିହାରେ ଯାଦବ ଜନତା ଦଳ ୟୁନାଇଟେଡ ଜେଡି (ୟୁ) ର ସଭାପତି ହୋଇଥିଲେ। ଯେଉଁଥିରେ ତାଙ୍କର ଅନ୍ୟ ଅନୁଗାମୀ ନୀତୀଶ କୁମାର ରହିଥିଲେ। ୨୦୦୪ ଲୋକସଭା ନିର୍ବାଚନରେ ସେ ପରାସ୍ତ ହେବା ପରେ ନୀତୀଶ କୁମାର ତାଙ୍କୁ ରାଜ୍ୟସଭା ଆସନ ପାଇବାରେ ସାହାଯ୍ୟ କରିଥିଲେ।

୨୦୦୯ରେ ଶରଦ ଯାଦବ ପୁଣିଥରେ ମଧେପୁରାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ଜେଡି (ୟୁ) ଙ୍କ ପରାଜୟ ପରେ ନୀତୀଶ କୁମାରଙ୍କ ସହ ଯାଦବଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା।

୨୦୧୭ ବିହାର ବିଧାନସଭା ନିର୍ବାଚନରେ ଯେତେବେଳେ ନୀତୀଶ କୁମାରଙ୍କ ଅଧୀନରେ ଥିବା ଜେଡି (ୟୁ) ବିଜେପି ସହିତ ପୁନଃ ମେଣ୍ଟ କରିଥିଲା, ସେତେବେଳେ ଶରଦ ଯାଦବ ଏହାକୁ ଗ୍ରହଣ କରିପାରିନଥିଲେ। ଯେଉଁଥିପାଇଁ ଜେଡି (ୟୁ) ତାଙ୍କୁ ରାଜ୍ୟସଭାରୁ ବହିଷ୍କାର କରିବାକୁ ଚାହୁଁଥିଲା। ପରେ, ଶରଦ ଯାଦବ ନୀତୀଶ କୁମାରଙ୍କ ସହ ଅଲଗା ହୋଇ ୨୦୧୮ ରେ ନିଜର ପାର୍ଟି ଲୋକତାନ୍ତ୍ରିକ ଜନତା ଦଳ (LJD) ପ୍ରତିଷ୍ଠା କରିଥିଲେ।

ମାର୍ଚ୍ଚ ୨୦୨୨ରେ ଶରଦ ଯାଦବ ଘୋଷଣା କରିଥିଲେ ଯେ ପୂର୍ବ ଜନତା ଦଳର ବିଭିନ୍ନ ଅଫସଟ୍କୁ ଏକତ୍ର କରିବା ପାଇଁ ତାଙ୍କର ଉଦ୍ୟମର ଏକ ଅଂଶ ଭାବରେ LJD ରାଷ୍ଟ୍ରିୟ ଜନତା ଦଳ ସହିତ ମିଶ୍ରଣ ହେବ। ତିନି ଦଶନ୍ଧିରୁ ଅଧିକ ସମୟ ପରେ ଏହା ଲାଲୁ ପ୍ରସାଦଙ୍କ ସହିତ ଯାଦବଙ୍କ ଏକତ୍ରିତ ହେବା ଚିହ୍ନିତ କରିଥିଲା।

ଉଲ୍ଲେଖଯୋଗ୍ୟ, ବିହାରରେ ଆରଜେଡି ବିରୋଧରେ ବଡ ରାଜନୈତିକ ଦଳ ଥିଲା ଜେଡିୟୁ। ଯାହାର ନେତୃତ୍ୱ ନେଉଥିଲେ ନୀତିଶ ଏବଂ ଶରଦ ଯାଦବ। ଉଭୟ ଲାଲୁଙ୍କର ଘୋର ବିରୋଧୀ ଥିଲେ। ହେଲେ ରାଜନୀତିକ ସମୀକରଣ ବଦଳିବା ଭଳି ପ୍ରଥମେ ନୀତିଶ ଏବଂ ଶରଦଙ୍କ ଯୋଡି ଭାଙ୍ଗିଥିଲା। ପରେ ଶରଦ ଲାଲୁଙ୍କ ଦଳ ସହ ତାଙ୍କ ଦଳକୁ ମିଶାଇଥିଲେ। ସେହିପରି ବିଜେପି ସହ ମେଣ୍ଟ ଭାଙ୍ଗି ନୀତିଶ ମଧ୍ୟ ଲାଲୁଙ୍କ ଦଳ ସହ ମିଶି ବିହାରରେ ଦ୍ବିତୀୟ ଥର ସରକାର ଗଢିଛନ୍ତି।

 

 

Comments are closed.