Latest Odisha News

BREAKING NEWS

୨୦,୦୦୦ ଫୁଟ ଉଚ୍ଚତାରେ ମିଳିପାରିବ ଇନ୍‌-ଫ୍ଲାଇଟ ମୋବାଇଲ ସେବା: ରିଲାଏନ୍ସ ଜିଓ

ମୁମ୍ବାଇ: ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି ।

ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ ।

ପ୍ରାରମ୍ଭିକ ଭାବରେ ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍‌-ଫ୍ଲାଇଟ ସେବା ଉପଲବ୍ଧ ହେବ । ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେବା ଆରମ୍ଭ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ, ଯାହା ଦ୍ଵାରା ସେମାନେ ଭାରତ ମଧ୍ୟରେ ବିମାନରେ ଥିଲେ ମଧ୍ୟ ସଂଯୁକ୍ତ ରହିପାରିବେ ।

ପ୍ରଥମ ଭାରତୀୟ ଅପରେଟର ଭାବେ ଇନ୍‌-ଫ୍ଲାଇଟ ରୋମିଂ ସୁବିଧା ପ୍ରଦାନକରି ଜିଓ ଦୂରସଂଚାର ବଜାରରେ ଅଭିନବ ଏବଂ ପ୍ରଯୁକ୍ତିକ୍ଷେତ୍ରରେ ଅଗ୍ରଣୀ ରହିବା ସ୍ଥିତିକୁ ଅଧିକ ସୁଦୃଢ କରିଛି ଏବଂ ଏହା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଅଫର୍ ଯୋଗାଇଦେଉଛି, ଯାହା ଏହାର ପ୍ରାୟ ୪୦ କୋଟି ବ୍ୟବହାରକାରୀଙ୍କୁ ବହୁମୂଲ୍ୟ ସୁବିଧା ଓ ଅନୁଭୂତି ପ୍ରଦାନ କରୁଛି ।

ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି, “ଜିଓପୋଷ୍ଟପେଡ ପ୍ଲସ୍ ଏହି ଶିଳ୍ପର ଯୁଗାନ୍ତକାରୀ ଏବଂ ସର୍ବୋଚ୍ଚ ମାନର ଉପଭୋକ୍ତା ଅନୁଭୂତି ସହିତ ଆସୁଛି ଏବଂ ଏରୋମୋବାଇଲ ସହିତ ଆମର ସହଭାଗିତା ଦ୍ୱାରା ଆମେ ଏବେ ଆକର୍ଷଣୀୟ ମୂଲ୍ୟରେ ଇନ୍‌-ଫ୍ଲାଇଟ ରୋମିଂ ସେବା ଯୋଗାଇଦେବୁ।

ପାନାସୋନିକ ଆଭିଓନିକ୍ସ ମୋବିଲିଟିର ବରିଷ୍ଠ ନିର୍ଦ୍ଦେଶକ ତଥା ଏରୋମୋବାଇଲର ସିଇଓ କେଭିନ ରୋଗର୍ସ କହିଛନ୍ତି, “ଜିଓ ସହିତ ସହଭାଗିତା କରି ଏବଂ ଆମର ସଂଯୋଗକାରୀ ସେବା ସମଗ୍ର ଭାରତରେ ପରିବ୍ୟାପ୍ତ କରି ଆମେ ଆନନ୍ଦିତ ।

ଜିଓର ଇନ୍ ଫ୍ଲାଇଟ ପ୍ୟାକ୍ ୪୯୯ ଟଙ୍କା, ୬୯୯ ଟଙ୍କା ଏବଂ ୯୯୯ ଟଙ୍କାରେ ୧ ଦିନ ବା ୨୪ ଘଣ୍ଟା ବୈଧତା ସହ ଉପଲବ୍ଧ ହେଉଛି ।

ଜିଓର ଇନ୍ ଫ୍ଲାଇଟ ପ୍ୟାକ୍ କେମିତି ବ୍ୟବହାର କରାଯିବ:
ବୈଧ ଇନ୍ ଫ୍ଲାଇଟ ସଂଯୋଗକାରୀ ପ୍ୟାକ୍ ଥିବା ଜିଓ ବ୍ୟବହାରକାରୀମାନେ ସେମାନଙ୍କ ବିମାନ ଆକାଶ ମାର୍ଗରେ ୨୦,୦୦୦ ଫୁଟ ଅଥବା ତାହାଠାରୁ ଉଚ୍ଚତାରେ ପହଂଚିିଲେ, ନିମ୍ନମତେ ଉକ୍ତ ପ୍ୟାକ୍‌କୁ ବ୍ୟବହାର କରିବା ଆରମ୍ଭ କରିପାରିବେ:-

୧. ସ୍ୱାର୍ଟଫୋନକୁ ସ୍ୱିଚଅନ୍ କରନ୍ତୁ ଏବଂ ଏୟାରପ୍ଲେନ୍ ମୋଡକୁ ବନ୍ଦ କରନ୍ତୁ ।
୨. ଆପଣଙ୍କ ଫୋନ ଆପେ ଆପେ ଏରୋମୋବାଇଲ ନେଟୱର୍କ ସହିତ ସଂଯୁକ୍ତ ହେବ । ବିବିଧ ହ୍ୟାଣ୍ଡସେଟ୍ କ୍ଷେତ୍ରରେ ନେଟୱର୍କ ନାମ ଭିନ୍ନ ହୋଇପାରେ ।
୩. ଆପଣଙ୍କ ଫୋନ ଯଦି ଆପେ ଆପେ ଏରୋମୋବାଇଲ ନେଟୱର୍କ ସହିତ ସଂଯୁକ୍ତ ହେଉନାହିଁ ତେବେ ଆପଣ ଆପଣଙ୍କ ଫୋନ ସେଟିଂରେ ଥିବା ‘କ୍ୟାରିୟର’କୁ ଯାଇ ସିଲେକ୍ଟ କରନ୍ତୁ ।
୪. ଡାଟା ସେବା ବ୍ୟବହାର କରିବା ପାଇଁ ଡାଟା ରୋମିଂ ଅନ୍ ଥିବା ନିଶ୍ଚିତ କରନ୍ତୁ ।
୫. ଥରେ ସଂଯୁକ୍ତ ହେଲେ ଆପଣ ଏକ ସ୍ୱାଗତ କରିବା ଲେଖା ଏବଂ ଅନ୍ୟାନ୍ୟ ଉପଯୋଗୀ ସୂଚନା ପାଇବେ ।
୬. ଏବେ ଆପଣ ନିଜ ମୋବାଇଲ ଫୋନରେ କଲ୍ କରିବା, ବାର୍ତ୍ତା ପଠାଇବା, ଇ-ମେଲ୍ କରିବା ଅଥବା ଇଂଟରନେଟରେ ପସନ୍ଦଯୋଗ୍ୟ ବିଷୟ ଖୋଜିବା ଆରମ୍ଭ କରିପାରିବେ ।

 

Leave A Reply

Your email address will not be published.