Latest Odisha News

BREAKING NEWS

ଗଙ୍ଗାରାମରେ ସଲମାନ ଗଙ୍ଗା, ସଞ୍ଜୟ କରିବେ ରାମଙ୍କ ଭୂମିକା

ମୁମ୍ବାଇ: ସିକନ୍ଦର ଫିଲ୍ମ ରିଲିଜ ହେବା ପରେ ପରେ ସଲମାନ ଖାଁ ତାଙ୍କର ପରବର୍ତୀ ପ୍ରୋଜେକ୍ଟ ଉପରେ କାମ କରିବା ଆରମ୍ଭ କରିଛନ୍ତି । ସଲମାନ ଖାଁ ଓ ସଞ୍ଜୟ ଦତ ଖୁବ ଶୀଘ୍ର ଗଙ୍ଗାରାମ ନାମକ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏଥିରେ ସଲମାନ ଗଙ୍ଗା ଏବଂ ସଞ୍ଜୟ ରାମଙ୍କ ଭୂମିକା କରିବେ । ଏହି ର ଆକ୍ସନ ଫିଲ୍ମରେ ଉଭୟ ର ଅଫିସର ଭୂମିକା କରିବେ । ପୂର୍ବରୁ ଫିଲ୍ମ ନାମ ଅନୁସାରେ ସଲମାନ କିମ୍ବା ସଞ୍ଜୟଙ୍କ ମଧ୍ୟରୁ ଜଣେ ଗଙ୍ଗାରାମ ଭୂମିକା କରିବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏହି ରହସ୍ୟ ଉପରୁ ମଧ୍ୟ ପରଦା ଉଠିଛି । ସଲମାନ ଖାଁ ଫିଲ୍ମକ ଏହାର ନିର୍ମାତା ରହିବ । ନବୋଦିତ କୃଷ ନିର୍ଦ୍ଦେଶନା ଦେବେ ।

ସିକନ୍ଦର ଫିଲ୍ମର ପ୍ରମୋଶନ ସମୟରେ ସଲମାନ ଖୁବ ଶୀଘ୍ର ସଞ୍ଜୟଙ୍କ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ । ଉଭୟ ଏହା ପୂର୍ବରୁ ସାଜନ, ଚଲ ମେରେ ଭାଇ ପରି ଫିଲ୍ମରେ ଏକତ୍ର ଅଭିନୟ କରିଛନ୍ତି । ଆଲଫା ମେଲ ଚରିତ୍ର ସହ ଉଭୟ ଏହି ଫିଲ୍ମରେ ଆକ୍ସନ ହୀରୋର ଭୂମିକା କରିବେ । ଏହା ପ୍ରସାରିତ ହେବା ପରେ ଫିଲ୍ମ ନେଇ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହୋଇଛି ।

Comments are closed.