Latest Odisha News

BREAKING NEWS

IQରେ ଆଇନଷ୍ଟାଇନଙ୍କୁ ଟପିଗଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ:ବୁଦ୍ଧିରେ ଆଇନଷ୍ଟାଇନଙ୍କୁ ବଳିଗଲା ଏଇ କୁନି ବାଳକ । IQ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ପଛରେ ପକାଇଲା । ଭାବୁଥିବେ ଏତେ ଛୋଟ ପିଲାର ଏତେ ବୁଦ୍ଧି ? ଖାଲି ଆାଇନ ଷ୍ଟାଇନଙ୍କୁ ନୁହେଁ, ଷ୍ଟିଫେନ ହକିଂଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।  ବିଶ୍ୱାସ ଲାଗୁ ନଥିଲେ ବି   ସତ ।

ଶ୍ରେଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫନ ହକିଂଙ୍କୁ IQ ଟେଷ୍ଟରେ ମାତ ଦେଇଛି ୧୧ ବର୍ଷର ବାଳକ ୟୁସୁଫ ଶାହା । ୟର୍କଶାୟର୍ ଇଭିନିଙ୍ଗ ପୋଷ୍ଟ ଅନୁସାରେ, ୟୁସୁଫ IQ ପରୀକ୍ଷଣ ଟେଷ୍ଟରେ ୧୬୨ ନମ୍ୱର ପାଇଛନ୍ତି ।  ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫନ ହକିଂ IQ ଟେଷ୍ଟରେ ୧୬୦ ନମ୍ୱର ଆଣିଥିଲେ । ହେଲେ ଇଂଲଣ୍ଡ ବାସୀ ୟୁସୁଫ ଲିଡସ୍ ସହରର ବିଗଟନ ମୁର ପ୍ରାଇମେରୀ ସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ର ।   ୟୁସୁଫ କହିଛନ୍ତି, “ସ୍କୁଲରେ ସମସ୍ତ କହନ୍ତୁ ମୁଁ ବହୁତ ସ୍ମାର୍ଟ । ମୁଁ ଭାବେ ଯଦି ମୁଁ ଏତେ ସ୍ମାର୍ଟ ତେବେ ଆାଇକ୍ୟୁ ଟେଷ୍ଟରେ  IQ ଟେଷ୍ଟରେ ସ୍କୋର ବୋର୍ଡର ଟପ୍ ୨ ଜଣଙ୍କ ମଧ୍ୟରେ କ’ଣ ସତରେ ଆସିପାରିବି ? ’

ୟୁସୁଫର ଆଗ୍ରହ ଦେଖି ପରିବାର ଲୋକ ନିଷ୍ପତ୍ତି ନେଇଥିଲେ  ୟୁସୁଫ ହାଇସ୍କୁଲ ପାଠପଢା ସହ ମେନ୍ସା ଟେଷ୍ଟ ପାଇଁ ପ୍ରସ୍ତୁତ ହେବେ । ୟୁସୁଫଙ୍କ ବାପା ଇରଫାନଙ୍କ କହିବାନୁସାରେ, IQ ଟେଷ୍ଟ ବହୁ କଠିନ  । କିନ୍ତୁ ଏଥିପାଇଁ ୟୁସୁଫ କିଛି ଖାସ ପ୍ରସ୍ତୁତି କରିନଥିଲେ । ଇରଫାନ୍ ସବୁବେଳେ ୟୁସୁଫଙ୍କୁ କୁହନ୍ତି, “ଏବେ ବି ତାଙ୍କ ବାପା ତାଙ୍କଠାରୁ ସ୍ମାର୍ଟ ଅଛନ୍ତି । ପରିବାରର ସମସ୍ତେ ୟୁସୁଫଙ୍କୁ ସମସ୍ତେ ହାଲକା ଭାବେ ନିଅନ୍ତି । ଯଦି ଆପଣ କ୍ଷମତାବାନ , ତେବେ ଆପଣଙ୍କୁ ସବୁଠାରୁ ଅଧିକ ପରିଶ୍ରମ କରିବାକୁ ପଡିବ ।’

ଟେଷ୍ଟ ସମୟରେ ଗୋଟିଏ ସେକ୍ସନରେ ୟୁସୁଫ ତିନି ମିନିଟରେ ୧୫ଟି ପ୍ରଶ୍ନର ଉତ୍ତର ଦେବାର ଥିଲା । କିନ୍ତୁ ସେ ଭୁଲ ଶୁଣିଥିଲେ ଯେ ୧୩ ମିନିଟରେ ୧୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ସେଥିପାଇଁ ସେ ପ୍ରଶ୍ନର ଉତ୍ତର ଦେବାରେ ବିଳମ୍ବ କରିଥିଲେ । ତଥାପି  କୁନି ବାଳକ ୟୁସୁଫ ବହୁଲ ଭଲ କରିଥିଲା ଏବଂ ଟପ୍ ୱାନ ହୋଇଥିଲା ।

 

Leave A Reply

Your email address will not be published.