ରାଜଗଡ଼: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାର କର୍ନାବାସ୍ ଥାନା ଶାହପୁରା ଗାଁରେ ବୋହୂ ଉପରେ ଅମାନୁଷିକ ନିର୍ଯାତନା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୧୩ ରାତିରେ ଗାଁର ଜଣେ ଯୁବକ ତାଙ୍କ ଘରକୁ ଆସି ତାଙ୍କ ସହ ଅସଦାଚରଣ ଆରମ୍ଭ କରିଥିଲା। ଏହି ସମୟରେ ବଡ ବୋହୂ ଦେଖି ଚିଲାଇଥିଲେ। ଯାହା ପରେ ଶାଶୁଘର ଲୋକେ ତାଙ୍କୁ ଦାୟୀ କରିବା ସହ ପିଟିବା ଆରମ୍ଭ କରିଦେଇଥିଲେ। ଶାଶୁ, ଶ୍ୱଶୁର, ସ୍ୱାମୀ ଏବଂ ଯା ଏକାଠି ମିଶି ପିଟିବା ସହ ତାଙ୍କର ପ୍ରାଇଭେଟ୍ ପାର୍ଟରେ ଲୁହା ଚେଙ୍କ ଦେଇଥିଲେ। ଏହାବ୍ୟତୀତ ଲଙ୍କା ଗୁଣ୍ଡ ମଧ୍ଯ ପୂରାଇ ଦେଇଥିଲେ।
ପରେ ଡିସେମ୍ବର ୧୪ରେ ସ୍ୱାମୀ ଏବଂ ଶ୍ୱଶୁର ମିଶି ଅଚେତ ଅବସ୍ଥାରେ ତାଙ୍କୁ ନେଇ ତାଙ୍କ ବାପ ଘର ନିକଟରେ ଫୋପାଡି ଦେଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
Comments are closed.