Latest Odisha News

ପଶ୍ଚିମ ଓଡ଼ିଶାର ନିଆରା ବାଲିଯାତ୍ରା…

ସୋନପୁର: ପଶ୍ଚିମ ଓଡିଶାର ସୋନପୁର ଜିଲ୍ଲାରେ ବଦଳି ଯାଏ ବାଲିଯାତ୍ରାର ଅର୍ଥ । ବାଲିଯାତ୍ରା ବଦଳରେ ଏଠାରେ ପାଳନ ହୁଏ ବଳିଯାତ୍ରା । ଇଂରାଜିରେ ଏହାକୁ ଉଚ୍ଚାରଣ କଲେ ବାଲିଯାତ୍ରା ଉଚ୍ଚାରିତ ହେଇଥିବାରୁ କେତକ ଏହାକୁ ପଶ୍ଚିମ ଓଡିଶାର ବାଲିଯାତ୍ରା ବୋଲି କୁହନ୍ତି।

କିମ୍ବଦନ୍ତୀ ଅନୁଯାୟୀ ରାଜା ମଦନ ଗୋପାଳ ସହଦେବଙ୍କ ସମୟରୁ ଏହି ଉତ୍ସବ ଆରମ୍ଭ ହୋଇ ଆସୁଛି । ରାଜା ମଦନ ଗୋପାଳ ସୋନପୁରର ପ୍ରଥମ ଚୌହାନ ରାଜା ଥିଲେ, ଯିଏ ୧୭ଶହ ଶତାବ୍ଦୀର ମଧ୍ୟ ଭାଗ ଯାଏଁ ଶାସନ କରିଥିଲେ ।

ତେବେ ଏଠାରେ ଏହାକୁ ‘ବାଲିଯାତ୍ରା’ ବଦଳରେ ବଳିଯାତ୍ରା ବୋଲି କୁହାଯାଏ। ଏହି ଅବସରରେ ଏଠାରେ ପଶୁବଳି ଦିଆଯାଇଥାଏ । ଯାହା ଶକ୍ତି ପୂଜାର ଏକ ଅଂଶ ରହିବା ସହ ଏଠାକାର କନ୍ଧ ପ୍ରଜାତି ସହ ଯୋଡି ହୋଇରହିଥିଲା ।

ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ୧୬ ଦିନ ଧରି ଏହିଯାତ୍ରା ଆୟୋଜିତ ହୋଇଥାଏ । ଯାତ୍ରା ଶବ୍ଦ ର ଅର୍ଥକୁ ପ୍ରତିପାଦନ କରି ଏଠାକାର ନିବାସୀ ମାନେ ଏହି ସମୟରେ ନିଜ ଘରୁ ବାହାରି ବିଭିନ୍ନ ସ୍ଥାନକୁ ଯାତ୍ରା କରିଥାନ୍ତି ଓ ଏହି ଯାତ୍ରା ସମୟରେ ସେମାନେ ବଳି ଭେଟି ଦିଅନ୍ତି । ତେବେ ସମୟକ୍ରମେ ବର୍ତ୍ତମାନ ଏହି ବଳିପ୍ରଥା ଅନେକାଂଶରେ ହ୍ରାସ ପାଇଛି ।

Comments are closed.