Latest Odisha News

BREAKING NEWS

 ଶୁଦ୍ଧିକ୍ରିୟା ଭୋଜି ଖାଇ ଝାଡ଼ାବାନ୍ତି; ୨୬ ଆକ୍ରାନ୍ତ

ନୂଆପଡା:  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିଷିଗାଁ ଗାଁରେ ବ୍ୟାପିଛି ଝାଡାବାନ୍ତି । ଝାଡାବାନ୍ତିରେ ୨୬ ଜଣ ଆକ୍ରାନ୍ତ ହୋଇ ପଡିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଏକ ଶୁଦ୍ଧିକ୍ରିୟା ଭୋଜି ଖାଇବା ପରେ  ଅସୁସ୍ଥ ହୋଇପଡିଥିବା କୁହାଯାଛଛି ।

ମିଳିଥିବା ସୂଚନା ଅନୁସାରେ,  ଗତ ରବିବାର ଦିନ ସନ୍ଧ୍ୟାରେ ରିଷିଗାଁରେ ଏକ ଶୁଦ୍ଧିକ୍ରିୟା ଭୋଜି ହୋଇଥିଲା । ସ୍ଥାନୀୟ ଲୋକ ଓ ବନ୍ଧୁବାନ୍ଧବ ଭୋଜି ଖାଇଥିଲେ। ଭୋଜି ଖାଇଲା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ। କିଛି ବ୍ୟକ୍ତି ଘରୋଇ ଉପଚାରରେ ଭଲ ହୋଇଥିଲେ ।  ତେବେ ୨୬ ଜଣଙ୍କ ଝାଡ଼ାବାନ୍ତି କମି ନଥିଲା।

ଖବର ପାଇ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ଡାକ୍ତରଟିମ ଡ଼ଃ ରଞ୍ଜିତ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଡାକ୍ତରଖାନାକୁ ସମସ୍ତ ଆକ୍ରାନ୍ତଙ୍କ  ଆଣି  ଚିକିତ୍ସିତ କରାଯାଉଛି ।  ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।  ଶୁଦ୍ଧିକ୍ରିୟା ଭୋଜି ଖଇବା ପରେ କାହିଁକି ଏମିତି ସ୍ଥିତି ହେଲା ତାହା ଜଣାପଡି ନାହିଁ ।

Leave A Reply

Your email address will not be published.