ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ କଟକରେ ମଧ୍ୟ ସମାନ ସ୍ଥିତି ରହିଛି । ଟ୍ୱିନସିଟିରେ ଦିନକୁ ଦିନ କରୋନା ପ୍ରକୋପ ଦ୍ରୁତ ଗତିରେ ବଢ଼ିଛି । ଏହାମଧ୍ୟରେ ଟ୍ୱିନ୍ ସିଟିକୁ ଆସୁଥିବା କୋଭିଡ୍ ରୋଗୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଟ୍ୱିଟ୍ କରି ଟ୍ବିନ୍ ସିଟିରେ କରୋନା ନିୟନ୍ତ୍ରଣ ନେଇ ସତର୍କ ପରାମର୍ଶ ଦେଇଛନ୍ତି । ବାହାରୁ ଟ୍ବିନ୍ ସିଟିକୁ ଆସୁଥିବା କରୋନା ରୋଗୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେ କହିଛନ୍ତି ଯେ, ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହିତ ଟ୍ବିନ୍ ସିଟିକୁ ପ୍ରବେଶ କରିବେ ରୋଗୀ । ସାଙ୍ଗରେ ମେଡିକାଲ ଉପକରଣ ଓ ଅକ୍ସିଜେନ୍ ସପୋର୍ଟ ନେଇ ଆସିବେ । ଟ୍ବିନ୍ ସିଟିରେ ଅତ୍ୟାଧୁନିକ କୋଭିଡ୍ ବ୍ୟବସ୍ଥା କରାଯାଇଛି । ସାରା ରାଜ୍ୟର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ କହୁଛନ୍ତି ।
Comments are closed.