ମାଲକାନଗିରି: ସାରା ବିଶ୍ବ ପାଇଁ ଆତଙ୍କ ଆଣିଛି କୋରୋନା । ରାଜ୍ୟରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ମହାମାରୀର ମହାସଂଗ୍ରାମରେ ସାରଥୀ ସାଜି ଆମ୍ବୁଲାନ୍ସ ଡ୍ରାଇଭରମାନେ ନିଜ କର୍ତ୍ତବ୍ୟକୁ ନିର୍ଭିକ ହୋଇ ପାଳନ କରୁଛନ୍ତି ।
ମହାମାରୀ କୋରୋନା ବିରୋଧରେ ଏବେ ସାରା ବିଶ୍ବ ଲଢୁଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଏହି କରୋନା ଯୁଦ୍ଧରେ ମୁଖ୍ୟ ସାରଥୀ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର । ସେ ଗ୍ରାମାଞ୍ଚଳ ହେଉ କି, ସହରାଞ୍ଚଳରେ ସନ୍ଦିଗ୍ଧ ରୋଗୀଙ୍କୁ ମେଡିକାଲ ନେବାରେ ମୁଖ୍ୟ ଭୂମିକା ରହିଛି ଏମାନଙ୍କର ।
ମାଲକାନଗିରି ସଦର ମହକୁମା ସମେତ ଜିଲ୍ଲାର ବିଭିନ୍ନ ବ୍ଳକରରୁ ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ରୋଗୀଙ୍କୁ ନେବା ଆଣିବା ପାଇଁ ବ୍ୟବହାର କରାଯାଉଛି ସରକାରୀ ଆମ୍ବୁଲାନ୍ସ । କୋରୋନା ସନ୍ଦିଗ୍ଧଙ୍କ ଠାରୁ ଆରମ୍ଭ ସାଧାରଣ ରୋଗୀଙ୍କୁ ନେବା ଆଣିବା ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଅତ୍ୟନ୍ତ ସାବଧାନ ଅବଲମ୍ବନ କରୁଛନ୍ତି । ମୁହଁରେ ମାସ୍କ ହାତରେ ଗୋବ୍ଲସ ଓ ଆଖିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗ୍ଲାସ ବ୍ୟବହାର କରୁଛନ୍ତି ।
ରୋଗୀଟିଏ ମେଡିକାଲରେ ପହଞ୍ଚିବା ପରେ କୋଭିଡ-୧୯ ଆମ୍ବୁଲାନ୍ସକୁ ବିଶୋଧନ କରାଯିବା ସହ ଗାଡିଚାଳକ ନିଜକୁ ସଫାସୁତରା କରିଥାନ୍ତି । କୋରୋନା ରୂପକ ମହାମାରୀରେ ସମସ୍ତେ ଜଣେ ଜଣେ ଯୋଦ୍ଧା । ତେଣୁ ଏପରି ପରିସ୍ଥିତିରେ ପଛଘୁଞ୍ଚା ଦେବାର ପ୍ରଶ୍ନ ହିଁ ଉଠୁନି ବୋଲି କହିଛନ୍ତି ମାଲକାନଗିରି ଏମଭି ୭୯ ରେ ଆମ୍ବୁଲାନ୍ସ ରେ ନିୟୋଜିତ ଥିବା ତିନି କର୍ମଚାରୀ ସୁଭାଷ ବାଛାର, ସୁଶାନ୍ତ ଲସ୍କର, କହ୍ନାଇ ବଙ୍ଗାଳ, ମନୋହର ମଣ୍ଡଳ । ମାନବ ସେବାକୁ ମାଧବ ସେବା ମଣି ନିଜ କର୍ତ୍ତବ୍ୟ କରିଚାଲିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭରମାନେ।
BREAKING NEWS
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ

Comments are closed.