Latest Odisha News

BREAKING NEWS

କାର୍ତ୍ତିକ ମାସରେ ଉପରମୁହାଁ ଅବଢା ଦର, ୩୦୦ ଟଙ୍କାରେ ବିକ୍ରି ହେଉଛି ଅବଢା

ପୁରୀ: କାର୍ତ୍ତିକ ମାସ ଆରମ୍ଭରୁ ଉପରମୁହାଁ ଅବଢ଼ା ଦର । ଭକ୍ତଙ୍କ ପାଇଁ ଚିନ୍ତା ବଢ଼ାଉଛି ଅବଢ଼ା ଦର । ୧୦୦ ବଦଳରେ ୩୦୦ ଟଙ୍କାରେ ବିକ୍ରି ହେଉଛି ଅବଢା । ଅନ୍ୟପଟେ ଅଣସେବାୟତ ପ୍ରବେଶ ଉପରେ ରୋକ ଲଗାଇବାକୁ ପଦକ୍ଷେପ ନନେଲେ ଅବଢ଼ା ରାନ୍ଧିବା ବନ୍ଦ କରିବାକୁ ଚେତାବନୀ ଦେଲେଣି ସୁଆର ମହାସୁଆର ନିଯୋଗ ।

ଆରମ୍ଭ ହୋଇଛି ମହାକାର୍ତ୍ତିକ । ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ସକାଳୁ ରାତି ପର୍ଯ୍ୟନ୍ତ ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ଭକ୍ତଙ୍କ ବେଶ ଗହଳି ଦେଖିବାକୁ ମିଳୁଛି । କାର୍ତ୍ତିକ ବ୍ରତ କରିଥିବା ହବୀଶ୍ୟାଳି ମାନେ ସକାଳୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଧର୍ମମାସରେ ଅବଢା ଟିକିଏ ପାଇବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସୁଛନ୍ତି ଭକ୍ତ । କିନ୍ତୁ ଭକ୍ତଙ୍କ ଗହଳିକୁ ଦେଖି ସେପଟେ ଉପରମୁହାଁ ହେଉଛି ଅବଢା ଦର । ଅବଢା ଦର ବଢି ୩୦୦ ଟଙ୍କାରେ ପହଞ୍ଚିଲାଣି । ଅନ୍ୟପଟେ ଏତେ ଚଢା ଦରରେ ଅବଢା ବିକ୍ରି ହେଉଥିବାରୁ ଚିନ୍ତାରେ ପଡିଲେଣି ଭକ୍ତ ।

ସୂଚନାନୁସାରେ, ଗତ ସେପ୍ଟେମ୍ବର ୧୩ ତାରିଖରେ ଶୃଙ୍ଖଳା କମିଟି ବୈଠକରେ ଅଣସୁପକାର ପ୍ରବେଶ ବାରଣ କରାଯାଇଥିବା କଥା କୁହାଯାଇଥିଲା । କେବଳ ଦୁଇଜଣ ସହାୟକ ସୁପକାରଙ୍କ ସାଙ୍ଗରେ ରହିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା । ଠିକ ସେଇଭଳି ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଦୀର୍ଘଦିନ ସୁଆର ମହାସୁଆର ନିଯୋଗ ଦାବି କରି ଆସୁଛି ।

Leave A Reply

Your email address will not be published.