Latest Odisha News

ନଖ ହଳଦିଆ ପଡ଼ୁଛି କି ? ତେବେ ଆପଣଙ୍କ ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।

ଶରୀରରେ ପ୍ରୋଟିନର ଅଭାବ ହେତୁ ନଖ ଦୁର୍ବଳ ହୋଇଯାଏ ଏବଂ ହଳଦିଆ ପଡ଼ିବା ସହ ସହଜରେ ଭାଙ୍ଗିଯାଏ। ତେବେ କୋଷଗୁଡ଼ିକୁ ମଜବୁତ କରିବା ଏବଂ ନୂତନ କୋଷ ଗଠନ ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଡାଲି, ବିନ୍ସ, ଚିକେନ୍ ,ଅଣ୍ଡା, କ୍ଷୀର, ମାଛ ଇତ୍ୟାଦି ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ ।

ସୁସ୍ଥ ନଖ ପାଇଁ ଶରୀରରେ ମ୍ୟାଗ୍ନେସିୟମର ଆବଶ୍ୟକତା ରହିଛି । ନଖର ବୃଦ୍ଧିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏଥିପାଇଁ ଆପଣ ଶାଗ, ପନିପରିବା, ବାଦାମ, କାଜୁ, କଦଳୀ ଇତ୍ୟାଦି ଖାଇବା ଉଚିତ୍ ।

ନଖକୁ ମଜବୁତ୍‌ ରଖିବା ପାଇଁ ଭିଟାମିନ୍ B12 ଖାଦ୍ୟ ଖାଆନ୍ତୁ ଯଥା ମାଂସ, ଅଣ୍ଡା, କ୍ଷୀର ଇତ୍ୟାଦି ଖାଆନ୍ତୁ। ଆଇରନ ନଖର କୋଷକୁ ଅମ୍ଳଜାନ ପହଞ୍ଚାଇବା ପାଇଁ ସାହାଯ୍ୟ କରେ । ଏଥିପାଇଁ, ଆପଣ ଆଇରନ ସମୃଦ୍ଧ ଖାଦ୍ୟ ଯଥା- ସବୁଜ ପତ୍ରଯୁକ୍ତ ପନିପରିବା, ମାଂସ, ଅଣ୍ଡା, ପନିପରିବା, ବାଦାମ ଇତ୍ୟାଦି ଖାଇବା ଉଚିତ୍ ।

Leave A Reply

Your email address will not be published.