Latest Odisha News

BREAKING NEWS

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ଚଢାଉ

ଭୁବନେଶ୍ୱର: ଚମ୍ପୁଆାର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ ।  ଆୟକର ବିଭାଗ ପକ୍ଷରୁ ଏହି ରେଡ କରାଯାଇଛି ।  ମୋଟ୍ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ଜଣାଯାଇଛି । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କରାଯାଉଛି । ଇନକମ୍ ଟ୍ୟାକ୍ସର ୨୦ ଜଣିଆ ଟିମ୍ ଏହି ଚଢାଉ କରୁଛନ୍ତି । ସନାତନ ମହାକୁଡ଼ଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ମଧ୍ୟ ରେଡ୍ କରାଯାଉଥିବା ସୂଚନା ମିଳିଛି ।

ସନାତନଙ୍କ ଭୁବନେଶ୍ୱରସ୍ଥିତ ୩/୪ଟି ସ୍ଥାନ ସମେତ କେନ୍ଦୁଝର ଓ ଯୋଡା ସ୍ଥିତ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍‌ ଚାଲିଥିବା ସୂଚନା  ମିଳିଛି ।ଭୁବନେଶ୍ୱର ସହିଦ ନଗରରେ ଥିବା ବାସ ଭବନ ଓ  ତାଙ୍କ ଘର ପାଖରେ ଥିବା ଅନ୍ୟ ଏକ ଘରେ ମଧ୍ୟରେ ରେଡ୍ କରାଯାଉଛି ।  ଚଢ଼ାଉ ସମୟରେ ମହାକୁଡ଼ଙ୍କ ଘର ଆଗରେ ବିଏସଏଫ ଯବାନ ମୁତୟନ ଅଛନ୍ତି । ଖଣି ଦୁର୍ନୀତି ଅଭିଯାେଗରେ ୨୦୧୫ରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢଉ କରିଥିଲା । ପରେ ପୁଲିସ ମହାକୁଡଙ୍କ ୧୬ ସହଯୋଗୀଙ୍କୁ ଗିରଫ କରିଥିଲା ।

 

Comments are closed.